ଓଡିଶା

odisha

ETV Bharat / city

31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ - 31ତମ ସଡକ ସୁରକ୍ଷା ସପ୍ତାହ

ଆରମ୍ଭ ହୋଇଛି 31ତମ ସଡକ ସୁରକ୍ଷା ସପ୍ତାହ । ଏନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେବା ସହ ଶନିବାର ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ଅଧିକ ପଢନ୍ତୁ...

31st road safety week, traffic awareness program, 31ତମ ସଡକ ସୁରକ୍ଷା ସପ୍ତାହ, ବିଭିନ୍ନ ଜିଲ୍ଲାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

By

Published : Jan 11, 2020, 6:00 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି 31ତମ ସଡକ ସୁରକ୍ଷା ସପ୍ତାହ । ଏନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେବା ସହ ଶନିବାର ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ସଡକ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଛି । କେବଳ ଅନୁଗୋଳ ନୁହେଁ ବିଭିନ୍ନ ଜିଲ୍ଲାରେ ଏନେଇ ଆରମ୍ଭ ହୋଇଛି ସଚେତନତା ଯାତ୍ରା ।

31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୋଳରେ ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ସପ୍ତାହେ ବ୍ୟାପି ଆୟୋଜିତ ହେବାକୁ ଥିବା ସଚେତନତା ପଦଯାତ୍ରା । ଜିଲ୍ଲାର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ ଆଶିଷ ଠାକରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଅନ୍ୟପଟେ କୋରାପୁଟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ପତାକା ଦେଖାଇ ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ସଡକ ସୁରକ୍ଷା ସଚେତନତା ବାର୍ତ୍ତା ବାହକ ଏହି ରଥ ପରେ ସମଗ୍ର ନଗର ଭ୍ରମଣ କରି ଲୋକଙ୍କୁ ସଚେତନ କରିଥିଲା । ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପାଳିତ ହୋଇଛି ସଡକ ସୁରକ୍ଷା ସପ୍ତାହ । ଏନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

କଳାହାଣ୍ଡିରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସପ୍ତାହେ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସଚେତନତା ରାଲି, ସଭା, ଚକ୍ଷୁ ପରୀକ୍ଷା ଆଦି ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି । ବ୍ରହ୍ମପୁରରେ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ସପ୍ତାହ ପାଳନ । ଏନେଇ ସହରର ବ୍ୟସ୍ତତମ ଛକମାନଙ୍କରେ ସଚେତନତା ବାର୍ତ୍ତା ଥିବା ଲିଫଲେଟ ଓ ଚକୋଲେଟ ବାଣ୍ଟିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟମାନେ ।

ସେପଟେ ଦେବଗଡ ଓ ଢେଙ୍କାନାଳରେ ମଧ୍ୟ 31ତମ ସଡକ ସୁରକ୍ଷା ସପ୍ତାହକୁ ନେଇ ଦେଖିବାକୁ ମିଳିଥିଲା ଉତ୍ସାହ । ସଚେତନତା ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏହି ଶୋଭାଯାତ୍ରା ଦ୍ବାରା ଲୋକେ ସଚେତନ ହୋଇ ନିଜ ଜୀବନକୁ ମହା ବିପଦରୁ ରକ୍ଷା କରିବେ ବୋଲି ଆଶା କରିଛନ୍ତି ଯୋଗ ଦେଇଥିବା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ଢେଙ୍କାନାଳରେ ଏସପି ଅନୁପମା ଜେମସ ଓ ଦେବଗଡରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସପି ରାହୁଲ ଜୈନ ପତାକା ଦେଖାଇଥିଲେ । ଏହି ସଚେତନତା ଗାଡି ଗୁଡିକ ଆଗାମୀ ସପ୍ତାହେ ଯାଏଁ ଜିଲ୍ଲାର ବିଭିନ୍ନ ଗାଁମାନଙ୍କରେ ବୁଲି ବୁଲି ଲୋକଙ୍କ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details