ଭୁବନେଶ୍ବର: ଶୁକ୍ରବାର କ୍ବାଲାଲାମପୁରରୁ ୧୩୯ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି। ଏଥିରୁ ୩୧ ଜଣ ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ଅନ୍ୟ ୧୦୮ ଜଣ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଛି।
କ୍ବାଲାଲାମପୁରରୁ ଭୁବନେଶ୍ବରରେ ପହଞ୍ଚିଲେ 31 ପ୍ରବାସୀ - Kuala Lumpur have arrived in Bhubaneswar
ଶୁକ୍ରବାର କ୍ବାଲାଲାମପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିଲେ 31 ପ୍ରବାସୀ । ଏମାନଙ୍କୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ AI 1327 ଯୋଗେ ଅଣାଯାଇଛି । ଅଧିକ ପଢନ୍ତୁ...
କ୍ବାଲାଲାମପୁରରୁ 31 ପ୍ରବାସୀ ଆସି ଭୁବନେଶ୍ବରେ ପହଞ୍ଚିଛନ୍ତି
ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ AI 1327 ଯୋଗେ ଶୁକ୍ରବାର ସନ୍ଧ୍ୟା ୬ଟା ୦୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା । ଗାଇଡଲାଇନ ଅନୁସାରେ ପ୍ରଥମେ ସ୍କ୍ରିନିଂ ପରେ କୋରୋନା ଟେଷ୍ଟି ପାଇଁ ପ୍ରାଥମିକ ଯାଞ୍ଚ କରାଯାଇଥିଲା। ପରେ ଉକ୍ତ ବିମାନଟି ବେଙ୍ଗାଲୁରୁ ଅଭିମୁଖେ ଗସ୍ତ କରିଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ