ଓଡିଶା

odisha

ETV Bharat / city

କୋରୋନା କାୟା; ଦିନକରେ 3067 ନୂଆ ପଜିଟିଭ ଚିହ୍ନଟ - ନୂଆ କୋରୋନା ପଜିଟିଭ ଚିହ୍ନଟ

ମଙ୍ଗଳବାର ରାଜ୍ୟରେ 3067 ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟିନରୁ 1809 ଓ ସ୍ଥାନୀୟ ସଂକ୍ରମଣ ସଂଖ୍ୟା 1258 ରହିଛି । ଅଧିକ ପଢନ୍ତୁ...

କୋରୋନା କାୟା; ଦିନକରେ 3067 ନୂଆ ପଜିଟିଭ ଚିହ୍ନଟ
କୋରୋନା କାୟା; ଦିନକରେ 3067 ନୂଆ ପଜିଟିଭ ଚିହ୍ନଟ

By

Published : Sep 29, 2020, 11:48 AM IST

ଭୁବନେଶ୍ବର: ସାରା ରାଜ୍ୟରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ଏହି କ୍ରମରେ ମଙ୍ଗଳବାର ରାଜ୍ୟରେ 3067 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟିନରୁ 1809 ଓ ସ୍ଥାନୀୟ ସଂକ୍ରମଣ ସଂଖ୍ୟା 1258 ରହିଛି ।

ସେହିପରି ଚିହ୍ନଟ ଆକ୍ରାନ୍ତ ତାଲିକାରେ ଖୋର୍ଦ୍ଧାରେ ସର୍ବାଧିକ 555 ଥିବାବେଳେ କଟକରେ 230, ଅନୁଗୋଳରେ 129, ବାଲେଶ୍ୱରରେ 146, ବରଗଡରେ 69, ଭଦ୍ରକରେ 59, ବଲାଙ୍ଗୀରରେ 78, ବୌଦ୍ଧରେ 45, ଦେଓଗଡରେ 15, ଢେଙ୍କାନାଳରେ 91, ଗଜପତିରେ 28, ଗଞ୍ଜାମରେ 34, ଜଗତସିଂହପୁରରେ 86, ଯାଜପୁରରେ 60, କଳାହାଣ୍ଡିରେ 54, କନ୍ଧମାଳରେ 81, କେନ୍ଦ୍ରାପଡାରେ 94, କେନ୍ଦୁଝରରେ 81, କୋରାପୁଟରେ 55, ମାଲକାନଗିରିରେ 24, ମୟୂରଭଞ୍ଜରେ 143, ନବରଙ୍ଗପୁରରେ 58, ନୟାଗଡରେ 68, ନୂଆପଡାରେ 85, ପୁରୀରେ 178, ରାୟଗଡାରେ 41, ସମ୍ବଲପୁରରେ 98, ସୋନପୁରରେ 22, ସୁନ୍ଦରଗଡରେ 62 ଓ ଷ୍ଟେଟପୁଲରେ 211ଜଣ ଅଛନ୍ତି ।

କୋରୋନା କାୟା; ଦିନକରେ 3067 ନୂଆ ପଜିଟିଭ ଚିହ୍ନଟ

ଆଜିର ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 2,15,676ରେ ପହଞ୍ଚିଛି । ସେହିପରି ସୁସ୍ଥ ସଂଖ୍ୟା 1,77,585 ପହଞ୍ଚିଥିବା ବେଳେ ଏବେ ବି 37,210ଟି ମାମଲା ସକ୍ରିୟ ରହିଛି । ତେବେ ରାଜ୍ୟରେ ଏଯାବତ୍ 32,00,852 କୋରୋନା ଟେଷ୍ଟ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details