ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର, 3 ହଜାର କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର - ପାରାଦୀପ ବନ୍ଦର
![ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର, 3 ହଜାର କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର 3,000 crore sanctioned for Paradip Port](https://etvbharatimages.akamaized.net/etvbharat/prod-images/768-512-10058569-thumbnail-3x2-paradip.jpg)
15:28 December 30
ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର, 3 ହଜାର କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ପାରାଦୀପ ବନ୍ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ପାରାଦୀପ ବନ୍ଦର ପାଇଁ 3 ହଜାର କୋଟି ମଞ୍ଜୁରୀ। ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ। ନବୀକରଣ ଓ ବିଶ୍ବସ୍ତରୀୟ ପାଇଁ ଖର୍ଚ୍ଚ ହେବ 3 ହଜାର କୋଟି।
ଏହାସହ ପିପିପି ମୋଡ ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ। ବନ୍ଦରର ବିକାଶ ସହ ଆଭ୍ୟନ୍ତରୀଣ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯିବ। ବନ୍ଦର ବିକାଶ ପାଇଁ ବଡ଼ ଜାହାଜ ଆସିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିଆ ସୂଚନା ଦେଇଛନ୍ତି।
ବିଲ୍ଡ, ଅପରେଟ୍ ଏବଂ ଟ୍ରାନ୍ସଫର ଆଧାରରେ ପାରାଦୀପ ବନ୍ଦର ନବୀକରଣ ହେବ। ଏହାପରେ ବନ୍ଦରକୁ ବଡ଼ ଜାହାଜ ଆସିପାରିବ । ଏହି ପ୍ରକଳ୍ପ ପାଇଁ 3004 କୋଟି 63 ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।