ଓଡିଶା

odisha

ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ଶିଶୁଙ୍କ ଲାଗି ରହିଛି 3 ହଜାର ଶଯ୍ୟା

By

Published : Jul 7, 2021, 8:36 PM IST

ରାଜ୍ୟରେ କୋରୋନା ରୋଗୀଙ୍କ ନିମନ୍ତେ ଉପଲବ୍ଧ ବେଡ୍ ୯୦ ପ୍ରତିଶତ ଖାଲି ରହିଛି । ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ଲାଗି ୬00 ଆଇସିୟୁ ସଂଯୁକ୍ତ 3 ହଜାର ବେଡ୍ ବନ୍ଦୋବସ୍ତ କରାଯାଇଛି । ଅଧିକ ପଢନ୍ତୁ..

ସାମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ଶିଶୁଙ୍କ ଲାଗି ରହିଛି 3 ହଜାର ବେଡ୍
ସାମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ଶିଶୁଙ୍କ ଲାଗି ରହିଛି 3 ହଜାର ବେଡ୍

ଭୁବନେଶ୍ବର: ରାଜ୍ୟରେ କୋରୋନା ରୋଗୀଙ୍କ ନିମନ୍ତେ ଉପଲବ୍ଧ ବେଡ୍ ୯୦ ପ୍ରତିଶତ ଖାଲି ରହିଛି । ଜେନେରାଲ୍ ବେଡ୍‌ରେ ୧୩ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୬୦ ପ୍ରତିଶତ କ୍ରିଟିକାଲ ବେଡ୍ ଖାଲି ପଡିଛି । ତେବେ ସାମ୍ଭାବ୍ୟ ତୃତୀୟ ଲହରକୁ ଏଡାଇବାକୁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି । ବିଶେଷକରି ଏହି ଲହର ଶିଶୁଙ୍କ ପ୍ରତି ଅଧିକ ଘାତକ ହୋଇଥିବା ଯୋଗୁଁ ସେ ଦୃଷ୍ଟିରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ସାମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ଶିଶୁଙ୍କ ଲାଗି ରହିଛି 3 ହଜାର ବେଡ୍

ଏଯାବତ୍ ରାଜ୍ୟରେ ୧୪୦ ଜଣ ବ୍ଳାକ୍ ଫଙ୍ଗସ୍ ରୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏନେଇ ସବୁ ଜିଲ୍ଲା ହସ୍ପିଟାଲ, ମେଡିକାଲ କଲେଜ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ୧୫ ଶହରୁ ୧୬ ଶହ ଭାଏଲ ରହିଛି । ଏଥିସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପ୍ରାୟ ୩ ହଜାର ସ୍ୱତନ୍ତ୍ର ବେଡର ବନ୍ଦୋବସ୍ତ କରାଯାଇଛି । ସେଥିରୁ ୬ ଶହ ଆଇସିୟୁ ବେଡ୍ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details