ଓଡିଶା

odisha

ETV Bharat / city

ମୁକୁଳା ଡ୍ରେନରେ ଲାଗିବ ସ୍ଲାବ, ଟ୍ବିନସିଟି ପାଇଁ ଖର୍ଚ୍ଚ ହେବ 300 କୋଟି

ଟ୍ବିନ୍ ସିଟିର ଡ୍ରେନେଜ ବ୍ୟବସ୍ଥା ପାଇଁ 300 କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ବିଧାନସଭାର ଗୃହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

300 crore for twin city drainage work decide
ଟୁଇନ ସିଟି ଡ୍ରେନେଜ ପାଇଁ 300 କୋଟି

By

Published : Sep 21, 2021, 7:13 PM IST

Updated : Sep 21, 2021, 8:09 PM IST

ଭୁବନେଶ୍ବର:ମୁକୁଳା ଟ୍ବିନସିଟିରେ ଲାଗିବ ଘୋଡଣୀ । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବା ପରେ ବସିଲା ବିଧାନସଭାର ଗୃହ କମିଟି ବୈଠକ । ବୈଠକରେ ଟ୍ବିନ୍ ସିଟିର ଡ୍ରେନେଜ ବ୍ୟବସ୍ଥା, ସୁବ୍ୟବସ୍ଥିତ କରିବା ଏବଂ ଢାଙ୍କୁଣୀ ଦେବା ପାଇଁ 300 କୋଟି ଟଙ୍କା ଖର୍ଚ୍ଚ ହେବ ପାଇଁ ଧାର୍ଯ୍ୟ କରାଯାଇଛି ।

ମୁକୁଳା ଡ୍ରେନରେ ଲାଗିବ ସ୍ଲାବ, ଟ୍ବିନସିଟି ପାଇଁ ଖର୍ଚ୍ଚ ହେବ 300 କୋଟି

ଭୁବନେଶ୍ବର ଓ କଟକରେ ଯେତେ ଡ୍ରେନ ରହିଛି ତାକୁ ଅଧିକ ବ୍ୟବସ୍ଥିତ କରାଯିବ । ସେ ନେଇ ଆଲୋଚନା ହୋଇଛି । ଯେଉଁ ମୁକୁଳା ଡ୍ରେନ ରହିଛି,ତା ଉପରେ ସ୍ଲାବ ପଡିବ । ତେବେ ଅକ୍ଟୋବର 5 ତାରିଖରେ ଚୂଡାନ୍ତ ବୈଠକ ବସିବା ନେଇ, ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ନଗର ଉନ୍ନୟନ ବିଭାଗର ଅଧିକାରୀ, ବିଏମସି , ସିଏମସି କମିଶନର, ଯନ୍ତ୍ରୀ ବରିଷ୍ଠ ଅଧିକାରୀ ମାନେ ରହିବେ । ସମସ୍ତଙ୍କ ପରାମର୍ଶ ନିଆଯିବ । ଜଳବନ୍ଦୀ ସମସ୍ୟାକୁ କିଭଳି ଏଡାଇ ଦିଆଯାଇ ପାରିବ ସେ ନେଇ ସବିଶେଷ ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୃହ କମିଟି ବୈଠକ । ଅମର ଶତପଥୀ, ମହମ୍ମଦ ମୋକିମ, ବିକ୍ରମ ପଣ୍ଡା ଓ ଅନ୍ୟ ବିଧାୟକ ମାନେ ମଧ୍ୟ ଉପସ୍ଥିତ ଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 21, 2021, 8:09 PM IST

ABOUT THE AUTHOR

...view details