ଓଡିଶା

odisha

ETV Bharat / city

3ୟ ପର୍ଯ୍ୟାୟ ନିର୍ବାଚନ, ହେଭିୱେଟଙ୍କ ଟାର୍ଗେଟରେ ଓଡିଶା

ହେଭିୱେଟଙ୍କ ଟାର୍ଗେଟରେ ଓଡିଶା। ନିର୍ବାଚନ ପାଇଁ ଲାଗି ରହିଛି ଘନଘନ ଓଡିଶା ଗସ୍ତ। ତେବେ 19ରେ ରାଜନାଥ, 20 ରେ ନକଭି ଏବଂ 23ରେ ଖୋଦ ମୋଦି ପୁଣି ଥରେ ଆସିବେ ଓଡିଶା।

By

Published : Apr 18, 2019, 3:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସଜବାଜ ଆରମ୍ଭ କରିଦେଇଛନ୍ତି । ସେପଟେ ବିଜେପି ପକ୍ଷରୁ 3ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଖାସ୍ ପ୍ଲାନିଂ ହୋଇଛି । ମାଳ ମାଳ କେନ୍ଦ୍ରୀୟ ନେତାଙ୍କୁ ଆଣି ଭୋଟ ଭିକ୍ଷା କରିବାକୁ ଦଳ ରଖିଛି ଯୋଜନା। କାରଣ ଓଡିଶାରେ ମାରାଥାନ ପ୍ରଚାର କରିବେ ବିଜେପିର କେନ୍ଦ୍ରୀୟ ନେତା। ଓଡିଶା ଭୋଟରଙ୍କୁ ମନେଇବା ପାଇଁ ହେବ ଘମାଘୋଟ ପ୍ରଚାର। 19 ରେ ରାଜନାଥ, 20 ରେ ନକଭି ଏବଂ 23 ରେ ଖୋଦ ମୋଦି ପୁଣି ଥରେ ଆସିବେ ଓଡିଶା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସୂଚନା ମୁତାବକ, 19ରେ ଆସୁଛନ୍ତି ରାଜନାଥ ସିଂହ। ସେ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ସାଧାରଣ ସଭାରେ ଉଦବୋଧନ ଦେବେ।

ସେହିପରି ୨୦ ରେ ମୁକ୍ତାର ଆବାସ ନକଭି୍ ଆସିବେ । ସେ କେନ୍ଦ୍ରାପଡା, ସାଲେପୁର ଓ ଭଦ୍ରକର ସାଧାରଣ ସଭାକୁ ଉଦବୋଧନ ଦେବେ । ପରେ ପରେ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରାପଡା ଓ ବାଲେଶ୍ଵରରେ ବିଜୟ ସଂକଳ୍ପ ସମାବେଶରେ ଭୋଟରଙ୍କୁ ଦେବେ ନିର୍ବାଚନୀ ଗୁରୁବାଣୀ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details