ଓଡିଶା

odisha

ETV Bharat / city

ହାର୍ଟରୋଗୀଙ୍କୁ ବିରଳ ବମ୍ବେ ବ୍ଳଡ଼ ଗ୍ରୁପ ରକ୍ତଦାନ କରି ଦେବଦୂତ ସାଜିଲେ 3 ଯୁବକ - ଭୁବନେଶ୍ବର ଖବର

ସ୍ବେଚ୍ଛାକୃତ ଭାବେ ଜଣେ ହାର୍ଟରୋଗୀଙ୍କୁ ଏହି ବିରଳ ରକ୍ତ ଦେଇ ଚର୍ଚ୍ଚାରେ 3 ଯୁବକ । ରକ୍ତ ଦେଇଥିବା 2ଜଣ ଯୁବକ ରାଉରକେଲାର ହୋଇଥିବାବେଳେ ଜଣେ ଭୁବନେଶ୍ବର ବରମୁଣ୍ଡାର ବୋଲି ଜଣାପଡିଛି ।

ହାର୍ଟରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଵିରଳ ବମ୍ବେ ବ୍ଳଡ଼ ଗ୍ରୁପର 3 ଯୁବକ

By

Published : Nov 1, 2019, 4:00 PM IST

Updated : Nov 1, 2019, 6:53 PM IST

ଭୁବନେଶ୍ବର: ଦେବଦୂତ ସାଜି ରୋଗୀଙ୍କୁ ମରଣ ମୁହଁରୁ ବଞ୍ଚାଇଲେ ଵିରଳ ବମ୍ବେ ଫେନେ ଟାଇପ ବ୍ଳଡ଼ ଗ୍ରୁପର ତିନିଜଣ ଯୁବକ । ସ୍ବେଚ୍ଛାକୃତ ଭାବେ ଜଣେ ହାର୍ଟରୋଗୀଙ୍କୁ ଏହି ବିରଳ ରକ୍ତ ଦେଇ ଚର୍ଚ୍ଚାରେ 3 ଯୁବକ । ରକ୍ତ ଦେଇଥିବା 2ଜଣ ଯୁବକ ରାଉଲକେଲାର ହୋଇଥିବାବେଳେ ଜଣେ ଭୁବନେଶ୍ବର ବରମୁଣ୍ଡାର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ବାଲେଶ୍ଵରର ସୁଶାନ୍ତ ବେହେରା ନାମକ ଜଣେ ହାର୍ଟରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେ ଜଣେ ବମ୍ବେ ବ୍ଳଡ଼ ଗ୍ରୁପର ହୋଇଥିବାରୁ ତାଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ମିଳିବାରେ ସମସ୍ୟା ସୃଷ୍ଟି ହେଉଥିଲା ।

କେମିତି ଏହି ବିରଳ ବ୍ଲଡ ଗ୍ରୁପର ରକ୍ତ ମିଳିବ ଆଉ ସ୍ବାମୀ ସୁସ୍ଥ ହେବେ ସେନେଇ ସୁଶାନ୍ତଙ୍କ ପତ୍ନୀଙ୍କ ଆଖିରୁ ନିଦ ହଜିଯାଇଥିଲା । ଆଉ ଏହି ସମୟରେ ସ୍ବେଚ୍ଛାକୃତ ଭାବେ କାମ କରୁଥିବା ପରିବର୍ତ୍ତନ ଫାଉଣ୍ଡେସନ ଓ କେତେକ ସମାଜସେବୀ ମିଶି ଏହି 3ଜଣ ଯୁବକଙ୍କୁ ଖୋଜିବାରେ ସଫଳ ହୋଇଥିଲେ ।

ଏନେଇ ଜାଣିବା ପରେ ଏହି ତିନିଜଣ ଯୁବକ ଦେବଦୂତ ସାଜି ସୁଶାନ୍ତଙ୍କ ପାଖରେ ପହଞ୍ଚିଥିଲେ । ଆଉ ତାଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଦେଇଥିଲେ । ଏଭଳି ବିରଳ ବ୍ଳଡ଼ ଗ୍ରୁପ ଜାଣି ବି ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରି ସତରେ ଏହି ଯୁବକମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Nov 1, 2019, 6:53 PM IST

ABOUT THE AUTHOR

...view details