ଓଡିଶା

odisha

ETV Bharat / city

କାର୍ଯ୍ୟରେ ଅବହେଳା ପଡିଲା ମହଙ୍ଗା, 3 କର୍ମଚାରୀ ନିଲମ୍ବିତ

ନିଜ କର୍ତ୍ତ୍ୟବରେ ଅବହେଳା କରିବା ଯୋଗୁଁ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗର 3 କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ...

କାର୍ଯ୍ୟରେ ଅବହେଳା ପଡିଲା ମହଙ୍ଗା, 3 କର୍ମଚାରୀ ନିଲମ୍ବିତ
କାର୍ଯ୍ୟରେ ଅବହେଳା ପଡିଲା ମହଙ୍ଗା, 3 କର୍ମଚାରୀ ନିଲମ୍ବିତ

By

Published : Mar 2, 2021, 7:54 AM IST

ଭୁବନେଶ୍ବର: କାର୍ଯ୍ୟରେ ଅବହେଳା 3 କର୍ମଚାରୀଙ୍କ ଉପରେ ମହଙ୍ଗା ପଡିଛି । ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ 3 କର୍ମଚାରୀଙ୍କୁ ନିଲମ୍ବିତ କରିଛି । ତେବେ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

କର୍ତ୍ତବ୍ୟ ଅବହେଳାରୁ ଗଲା ଚାକିରି । ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗରେ ଥିବା 3 କର୍ମଚାରୀ ଏଥିଲାଗି ନିଲମ୍ବିତ ହୋଇଛନ୍ତି ।ବିଭାଗ ଦ୍ବାରା ଜାରି କରାଯାଇଥିବା ଧାନ ସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର ସଞ୍ଜୟ କୁମାର ତ୍ରିପାଠୀଙ୍କୁ ସମବାୟ ସମିତି ସମୂହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

ସେହିପରି ସବ୍-ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ୍‌ ସୋସାଇଟି ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଧର୍ମେନ୍ଦ୍ର ଭୋଇ ଏବଂ ଇନ୍ସପେକ୍ଟର କୋଅପରେଟିଭ୍‌ ସୋସାଇଟି ତଥା ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଶଶାଙ୍କ ଶେଖର ସାହାଣୀଙ୍କୁ ନିଲମ୍ବନ କରାଯାଇଛି । ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details