ଓଡିଶା

odisha

ETV Bharat / city

IT ସଚିବ ମନୋଜ ମିଶ୍ରକୁ ପଦୋନ୍ନତି - IRTS ଅଧିକାରୀଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି

ଭାରତୀୟ ରେଳ ଟ୍ରାଫିକ ସେବା(IRTS) ଅଧିକାରୀ ମନୋଜ ମିଶ୍ରଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି ମିଳିଛି । ଅଧିକ ପଢନ୍ତୁ

IRTS ଅଧିକାରୀଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି
IRTS ଅଧିକାରୀଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି

By

Published : Mar 30, 2022, 12:37 PM IST

ଭୁବନେଶ୍ବର: ଭାରତୀୟ ରେଳ ଟ୍ରାଫିକ ସେବା(IRTS) ଅଧିକାରୀ ମନୋଜ ମିଶ୍ରଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି ମିଳିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ୨୦୦୦ ବ୍ୟାଚର ମନୋଜ ମିଶ୍ରଙ୍କ ସମେତ ତିନି ଜଣଙ୍କ ନାମ ରହିଛି । ମନୋଜ ମିଶ୍ରଙ୍କ ସହ ଅନ୍ବେର ହୁସେନ ଓ ପ୍ରିଥୁଲ କୁମାରଙ୍କ ନାମ ଏହି ଲିଷ୍ଟରେ ରହିଛି ।

ମନୋଜ ମିଶ୍ର ରାଜ୍ୟ ବର୍ତ୍ତମାନ IT ବିଭାଗର ସଚିବ ସହ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ଵରେ ଅଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରସ୍ତୁତିରେ ମନୋଜ ମିଶ୍ରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ସହ ସେ ରାଜ୍ୟ ସରକାର କୋଭିଡ଼ ଆପ, ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।

୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବ । ଏଥିପାଇଁ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ମଞ୍ଜୁରି କରିଛନ୍ତି । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡ଼ିଜାଇନ୍ ଓ ମାନୁଫ୍ୟାକ୍‌ଚରିଙ୍ଗ ଶିଳ୍ପ ତ୍ବରାନ୍ବିତ କରିବାରେ ମନୋଜ ମିଶ୍ର ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details