ଓଡିଶା

odisha

ETV Bharat / city

ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ତିନି ଓଡ଼ିଆ - ଭୁବନେଶ୍ବର

ଦୁବାଇରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗନେବେ ତିନି ଓଡିଆ ଝିଅ । ଓଡି଼ଶାର କଳା ସଂସ୍କୃତିକୁ ଦେବେ ଗୁରୁତ୍ବ । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ମଡେଲିଙ୍ଗ ପ୍ରତିଯୋଗୀତାରେ ତିନି ଓଡ଼ିଆ

By

Published : Oct 12, 2019, 6:08 PM IST

ଭୁବନେଶ୍ବର: ବିଶ୍ବ ସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେବେ 3 ଓଡ଼ିଆ ମଡେଲ। ଅକ୍ଟୋବର 14 ରୁ 19 ପର୍ଯ୍ୟନ୍ତ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଡେଲିଂ ପ୍ରତିଯୋଗିତାରେ ଭାରତରୁ ତିନି ଜଣ ଓଡିଆ ଝିଅ ଭାଗ ନେଉଛନ୍ତି । ଏହି ପ୍ରତିଯୋଗିତାରେ ସେମାନେ ଓଡି଼ଶାର କଳା ସଂସ୍କୃତିକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଅନ୍ତର୍ଜାତୀୟ ମଡେଲିଙ୍ଗ ପ୍ରତିଯୋଗୀତାରେ ତିନି ଓଡ଼ିଆ

ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀ ମାନେ ହେଲେ ଶ୍ରୀବାଲି ଦାସ, ଲାବନ୍ୟା ଦାସ ଓ କେ ଆର ସନ୍ତୋଷିନୀ। ଓଡ଼ିଶାର ବିଭିନ୍ନ କଳାକୁ ନେଇ ଏହି ପ୍ରତିଯୋଗିତାରେ ପରିବେଷଣ କରିବା ସହ ଓଡିଶା କଳା ସଂସ୍କୃତିକୁ ବିଶ୍ବ ସ୍ତରର ପହଞ୍ଚାଇବେ ବୋଲି ମତ ରଖିଛନ୍ତି ମଡେଲ। ଏହି ପ୍ରତିଯୋଗିତା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ସହ ବିଜୟ ମୁକୁଟ ପିନ୍ଧିବାକୁ ଆଶା ରଖିଛନ୍ତି ତିନି ଓଡ଼ିଆ ଝିଅ।

ତେବେ ଶ୍ରୀବାଲି ଦାସ ଡିଏଭି ସ୍କୁଲର 4ର୍ଥ ଶ୍ରେଣୀରେ ପଢ଼ନ୍ତି। ଓଡିଶାରେ ବିଭିନ୍ନ ମଡେଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜେତା ହୋଇଛନ୍ତି। ଏହା ସହ କେରଳରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରିନ୍ସସେସ ବିଭାଗରେ ପ୍ରଥମ ହେବା ସହ ବେଷ୍ଟ କସଟ୍ୟୁମ ଓ ଟାଲେଣ୍ଟ ବିଭାଗରେ ବିଜୟୀ ହୋଇଛନ୍ତି। ଲାବନ୍ୟା ଦାସ ହେଉଛନ୍ତି 2017 ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ପ୍ରି-ଟିନ କଟାଗୋରୀରେ ବିଜେତା ହୋଇ ବେଷ୍ଟ ଟାଲେଣ୍ଟ ଏବଂ ଥାଇଲାଣ୍ଡର ଅନୁଷ୍ଠିତ ପ୍ରିନ୍ସସେସ ପ୍ରତିଯୋଗିତାରେ ଭାଗ ନେଇ ବେଷ୍ଟ ନ୍ୟାସନାଲ କସଟ୍ୟୁମରେ ବିଜେତା ହୋଇଥିଲେ।

କେଆର ସନ୍ତୋଷିନୀ 16 ବର୍ଷ ବିଭାଗରେ ଭାଗ ନେଇ ବେଷ୍ଟ ମଡେଲ ହେବା ସହ ବେଷ୍ଟ କସଟ୍ୟୁମ ପୁରସ୍କାର ଲାଭ କରିଛନ୍ତି। ତେବେ ଓଡିଶାର ଏହି ତିନି ଜଣ ମଡେଲ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବିଶ୍ବ ସ୍ତରରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details