ଭୁବନେଶ୍ବର: ଉଜବେକିସ୍ତାନ ରଗବି ସଙ୍ଘ ଆନୁକୂଲ୍ୟରେ ତାସକେଣ୍ଟା ଠାରେ ଖେଳାଯିବାକୁ ଥିବା ୧୮ ବର୍ଷରୁ କମ ଏସୀୟ ରଗବି ସେଭେନ୍ସ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା । ଦଳରେ ୩ ଜଣ ଓଡିଆ ଝିଅ ସ୍ଥାନ ପାଇଛନ୍ତି । ସେପ୍ଟେମ୍ବର ୧୮ ଓ ୧୯ ରେ ତାସକେଣ୍ଟାରେ ଖେଳାଯିବ ରଗବି ମ୍ୟାଚ ।
ତାସକେଣ୍ଟା ରଗବି ପ୍ରତିଯୋଗିତା ପାଇଁ ୩ ଓଡିଆ ଝିଅ ମନୋନୀତ - ରଗବି ପ୍ରତିଯୋଗିତା ପାଇଁ ୩ ଓଡିଆ ଝିଅ ମନୋନୀତ
ଉଜବେକିସ୍ତାନ ରଗବି ସଙ୍ଘ ଆନୁକୂଲ୍ୟରେ ତାସକେଣ୍ଟା ଠାରେ ଖେଳାଯିବାକୁ ଥିବା ୧୮ ବର୍ଷରୁ କମ ଏସୀୟ ରଗବି ସେଭେନ୍ସ ପ୍ରତିଯୋଗିତା ପାଇଁ ୩ ଓଡିଆ ଝିଅ ମନୋନୀତ । ଅଧିକ ପଢନ୍ତୁ...
ତାସକେଣ୍ଟା ରଗବି ପ୍ରତିଯୋଗିତା ପାଇଁ ୩ ଓଡିଆ ଝିଅ ମନୋନୀତ
ଭାରତୀୟ ରଗବିର ଏନ୍ତୁଡିଶାଳ ଭାବେ ପରିଚିତ କିସର ଏହି ୩ ଖେଳାଳି ହେଉଛନ୍ତି ତାରୁଲତା ନାଏକ, ମାମା ନାୟକ ଏବଂ ନିର୍ମାଲ୍ୟ ରାଉତ । ଏହି ୩ ଖେଳାଳି ୨୦୧୭ ରେ ଜାତୀୟ ବିଦ୍ୟାଳୟ କ୍ରୀଡାରେ ସ୍ବର୍ଣ୍ଣ ଏବଂ ୨୦୧୮ ଜାତୀୟ ଉପକନିଷ୍ଠ ରଗବି ସେଭେନ୍ସରେ କାଂସ୍ୟ ପଦକ ଜିତିଥିଲେ । ତେବେ ଭାରତ ସହ ଆୟୋଜକ ଉଜବେକିସ୍ତାନ ସହିତ କାଜାକସ୍ତାନ, କିର୍ଗିଜସ୍ତାନ ଓ ୟୁଏଇ ଏହି ପ୍ରତିଯୋଗିତାରେ ଭାଗ ନେବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ