ଭୁବନେଶ୍ବର: ମହାମାରୀ କୋରୋନା ବିଶ୍ବବ୍ୟାପୀ ତାଣ୍ଡବ ରଚୁଥିବା ବେଳେ ରବିବାର ରାଜ୍ୟରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି ।
ମୃତ 3 ଜଣଙ୍କ ମଧ୍ୟରେ ଗଞ୍ଜାମର ଜଣେ 75 ବର୍ଷୀୟ ବୃଦ୍ଧ ରହିଛନ୍ତି । ସେ ଉଚ୍ଚ ରକ୍ତ ଚାପ ଏବଂ ମଧୁମେୟ ରୋଗରେ ପୀଡିତ ଥିଲେ । ସେହିପରି ଅନ୍ୟ ଜଣେ କଟକର 65 ବର୍ଷୀୟ ବୃଦ୍ଧ ଥିଲେ । ସେ ମଧ୍ୟ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ପୀଡିତ ରହିଥିଲେ । ତୃତୀୟ ବ୍ୟକ୍ତି ଜଣକ ଭୁବନେଶ୍ବରର 73 ବର୍ଷୀୟ ବୃଦ୍ଧ ଥିବା ବେଳେ ସେ ମଧୁମେୟ ଓ କିଡନୀ ରୋଗରେ ପୀଡିତ ରହିଥିଲେ । ତେବେ ଏମାନେ ସମସ୍ତରେ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ କୋରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି ।