ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଟ୍ବିଟରରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା 3 ମିଲିୟନ ଅତିକ୍ରମ କରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତାଙ୍କ ବ୍ୟକ୍ତିଗତ ଟ୍ବିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକ ଚମତ୍କାର ଡିଜିଟାଲ୍ ଯାତ୍ରାକୁ ବର୍ଣ୍ଣନା କରାଯାଇଛି । ଏନେଇ ନବୀନ ସମସ୍ତ ଫଲୋୟର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ହେଉଛନ୍ତି ଓଡିଶାର ପ୍ରଥମ ରାଜନେତା ଯିଏକି 3 ମିଲିୟନ ଫଲୋୟର୍ସ ଅତିକ୍ରମ କରିଛନ୍ତି । ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ବ୍ୟତୀତ ଅନେକ ଗୁରୁତ୍ବପୂର୍ଣ୍ଣ ସଂଗଠନ ମଧ୍ୟ ନବୀନଙ୍କୁ ଅନୁସରଣ କରୁଛନ୍ତି ।