ଓଡିଶା

odisha

By

Published : Oct 16, 2019, 3:32 PM IST

ETV Bharat / city

ନବୀନଙ୍କୁ ଜନ୍ମଦିନ ଉପହାର: ଜୀବନ ବିନ୍ଦୁରେ 3 ଲକ୍ଷରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ

ଜନ୍ମଦିନ ପାଳିଲେ ନାହିଁ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳୀୟ କର୍ମୀ । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ 3 ଲକ୍ଷରୁ ଊର୍ଦ୍ଧ୍ବ ୟୁନିଟର ରକ୍ତ ସଂଗ୍ରହ ।

Naveen@74

ଭୁବନେଶ୍ବର: ଜନ୍ମଦିନ ପାଳନ କଲେ ନାହିଁ କି କୌଣସି କାର୍ଯ୍ୟକ୍ରମରେ ଯୋଗଦେଲେ ନାହିଁ । ଏପରିକି କୌଣସି ଦଳୀୟ କର୍ମୀଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳିଲାନାହି ଁ । ଚଳିତ ଥର ଜନ୍ମଦିନ ନ ମନାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳୀୟ କର୍ମୀ । କେଉଁଠି ଅସହାୟଙ୍କୁ ଫଳ ବାଣ୍ଟି ତ କେଉଁଠି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ 3 ଲକ୍ଷରୁ ଊର୍ଦ୍ଧ୍ବ ରକ୍ତ ସଂଗ୍ରହ କରି ବିଜେଡି ସୁପ୍ରିମୋଙ୍କୁ ଦେଇଛନ୍ତି ଜନ୍ମଦିନ ଭେଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, 74 ବର୍ଷରେ ପଦାପର୍ଣ କଲେ ନବୀନ 'ଫନି'ର ବ୍ୟାପକ କ୍ଷୟକ୍ଷତି ଯୋଗୁଁ ଜନ୍ମଦିନ ନମନାଇବାକୁ ଘୋଷାଣା କରିଥିଲେ । ଏଥିସହ ନେତା ଓ କର୍ମୀଙ୍କୁ ଭିନ୍ନକ୍ଷମ ସ୍କୁଲ ଓ ଅନାଥ ଆଶ୍ରମରେ ଯାଇ ସେମାନଙ୍କ ସହିତ ଖୁସିବାଣ୍ଟିବାକୁ କହିଥିଲେ । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀଙ୍କ ଏହି ମାନସ ସନ୍ତାନ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ଖସଡା ପ୍ରସ୍ତୁତ କରିଛି ଦଳ । ରାଜ୍ୟର 59ଟି ରକ୍ତ ବ୍ୟାଙ୍କରେ ଯେତିକି କ୍ଷମତା ରହିଛି ସମସ୍ତ ପୂରଣ କରିବା ଉଦ୍ଦେଶ୍ୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଗୋଟିଏ ଦିନରେ ସର୍ବାଧିକ 10 ହଜାର ୟୁନିଟ ରକ୍ତ ସଂଗ୍ରହ କରି ରେକର୍ଡ ଅପେକ୍ଷାରେ ରହିଛି ଦଳ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ସମସ୍ତଙ୍କୁ ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦଳ 3 ଲକ୍ଷ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ସାରିଛି । ଏନେଇ ଦଳୀୟ କାର୍ଯଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details