ଓଡିଶା

odisha

ETV Bharat / city

ଆରମ୍ଭ ହେଲା +2 ପରୀକ୍ଷା; କପି ରୋକିବାକୁ କଡା ସୁରକ୍ଷା - ଯୁକ୍ତ 2 ପରୀକ୍ଷା 2020

ଚଳିତ ବର୍ଷ +2 ପରୀକ୍ଷା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ପରୀକ୍ଷା ଦେଉଛନ୍ତି ବିଜ୍ଞାନ ପରୀକ୍ଷାର୍ଥୀ । ଆସନ୍ତାକାଲି କଳା ଓ ବାଣିଜ୍ୟର ପରୀକ୍ଷା । ଅଧିକ ପଢନ୍ତୁ...

CHSE starts from today
ଆରମ୍ଭ ହେଲା +2 ପରୀକ୍ଷା

By

Published : Mar 3, 2020, 11:19 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଯୁକ୍ତ 2 ପରୀକ୍ଷା । ପରୀକ୍ଷା ଦେଉଛନ୍ତି ଯୁକ୍ତ 2ର ବିଜ୍ଞାନ ପରୀକ୍ଷାର୍ଥୀ । ଆସନ୍ତାକାଲି କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ 1143 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ 3 ଲକ୍ଷ ଛାତ୍ରଛାତ୍ରୀ। ସେପଟେ, କପି ରୋକିବାକୁ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିବା ସହ 2 ପର୍ଯ୍ୟାୟରେ ସରିଛି ଚେକିଂ । ଏଥର ବିଜ୍ଞାନରେ ପରୀକ୍ଷାରେ ଦେଉଛନ୍ତି 97 ହଜାର 546 ଜଣ ଛାତ୍ରଛାତ୍ରୀ । ସେହିପରି କଳାରେ ପରୀକ୍ଷା ଦେବେ 2 ଲକ୍ଷ 20 ହଜାର 437, ବାଣିଜ୍ୟରେ ପରୀକ୍ଷା ଦେବେ 25 ହଜାର 785 ଓ ଧନ୍ଦାମୂଳକରେ 7 ହଜାର 032 ।

ଆରମ୍ଭ ହେଲା +2 ପରୀକ୍ଷା

ଆଡମିଟ କାର୍ଡରେ ଲାଗିଥିବା ଫଟୋକୁ ଭଲଭାବରେ ପରଖିବା ସହ ଯେଭଳି ନକଲି ପରିକ୍ଷାର୍ଥୀ ସାମ୍ନାକୁ ନଆସନ୍ତି ସେହିଭଳି ଭାବରେ କଡା ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରକୁ 30 ମିନିଟ ପୂର୍ବରୁ ଛାତଛାତ୍ରୀଙ୍କୁ ଆସିବାକୁ ଅନୁରୋଧ କରାଯାଇଛି।

ଏନେଇ ପରୀକ୍ଷା କେନ୍ଦ୍ରକୁ ନେଇ ରମାଦେବୀ କଲେଜର ପ୍ରିନ୍ସିପାଲ ମମତା ପତ୍ରି କହିଛନ୍ତି ଯେ ପରୀକ୍ଷାକୁ ନେଇ କଡାକଡି କରାଯାଇଛି। ଯାହା ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରି ପରୀକ୍ଷା କେନ୍ଦ୍ରକୁ ଛଡାଯାଇଛି। କେନ୍ଦ୍ରରେ ସିସିଟିଭି ଲାଗିବା ସହ କିଭଳି ଭାବରେ ପରୀକ୍ଷା ଶୃଙ୍ଖଳ ଭାବରେ କରାଯିବ ଏନେଇ ସମସ୍ତ ଅୟୋଜନ କରାଯାଇଛି। ବ୍ଲାକ କଲର ପେନ ପରିକ୍ଷାର୍ଥୀଙ୍କୁ ଦିଆଯାଇଛି ବୋଲି କହିଛନ୍ତି ରମାଦେବୀ ପ୍ରିନ୍ସପାଲ ମମତା ପତ୍ରି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details