ଭୁବନେଶ୍ବର: ରାଜ୍ୟର 5 ବରିଷ୍ଠ ଆଇପିଏସଙ୍କୁ ମିଳିଛି ପଦୋନ୍ନତି । ଏମାନଙ୍କ ମଧ୍ୟରେ 3 ଜଣ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ 1995 ବ୍ୟାଚ ଆଇପିଏସ ରାଧା କିଷାନ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶି, ସନ୍ତୋଷ ଵାଲା।
ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ 3 ଆଇପିଏସ - 3 ips ଏଡିଜି ପାହ୍ୟାକୁ ପଦୋନ୍ନତି
ରାଜ୍ୟର 5 ବରିଷ୍ଠ ଆଇପିଏସଙ୍କୁ ମିଳିଛି ପଦୋନ୍ନତି ।
କେନ୍ଦ୍ରୀୟ ଡେପୁଟେସନରେ ଥିବା ଋତୁ ଆରୋରା ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିଭଳି 2002 ବ୍ୟାଚ IPS ନରସିଂହ ଭୋଳ ଓ ଅମିତେନ୍ଦ୍ର ନାଥ ସିହ୍ନା ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏହାସହ 4 ଆଇଏଏସଙ୍କୁ ମିଳିଛି ପ୍ରମୁଖ ସଚିବ ପାହ୍ୟା। 1995 ବ୍ୟାଚର ଏହି ଆଇଏଏସ ଅଫିସର ହେଉଛନ୍ତି ବିଷ୍ଣୁପଦ ସେଠୀ, ହେମନ୍ତ ଶର୍ମା ଓ ଚିତ୍ରା ଅରୁମୁଗମ ଓ ସୁଶୀଲ କୁମାର ଲୋହାନି। ସେହିପରି 2 ଜଣ ଆଇଏଏସ ଅଫିସର ଗୁଡି ଶ୍ରୀନିବସନ ଓ ନୀତିନ ଚନ୍ଦ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଆଉ ଦୁଇ ଜଣ ମଧ୍ୟ କେନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପଟେ କେନ୍ଦ୍ରୀୟ ଡେପୁଟେସନ ସମ୍ପୂର୍ଣ୍ଣ କରି ଓଡିଶା ଫେରିବେ ସୁରେଶ କୁମାର ବଶିଷ୍ଠ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ