ଓଡିଶା

odisha

ETV Bharat / city

3 ନିଶା ବେପାରୀ ଗିରଫ, 12 କେଜି ଗଞ୍ଜେଇ ଜବତ - ଗଞ୍ଜେଇ ଜବତ

ନିଶା କବଳରେ ରାଜଧାନୀ । ସୋମବାର କମିଶନରେଟ ହାତରେ ଧରାପଡ଼ିଛନ୍ତି 3 ନିଶା ବେପାରୀ । ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆ ସାହି ବସ୍ତିର ଦିଲ୍ଲୀପ କୁମାର ବରାଳ ଓ ସୁଶାନ୍ତ ସୁନ୍ଦରାୟ ଓ ଶୁଭକାନ୍ତ ଭୂୟାଁକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jul 30, 2019, 1:05 AM IST

Updated : Jul 30, 2019, 1:29 AM IST

ଭୁବନେଶ୍ବର: ରାଜଧାନୀରୁ ନିଶା ବେପାରୀଙ୍କୁ ତଡିପାର ଓ ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ କମିଶନରେଟ୍ ପୋଲିସ ସଫଳ ଭାବରେ କାର୍ଯ୍ୟ କରୁଛି । କମିଶନରେଟ ପୋଲିସ କିଛି ଦିନ ପୂର୍ବରୁ ଆରମ୍ଭ କରିଥିବା ସ୍ପେଶାଲ ଡ୍ରାଇଭରେ ନିଶା ବେପାରୀଙ୍କୁ ଧରିବାରେ ସଫଳ ହେଉଛନ୍ତି।

ସ୍ପେଶାଲ ଡ୍ରାଇଭରେ କମିଶନରେଟ ପୋଲିସ ଆରମ୍ଭ କରିଛି ଖୋଳତାଡ। ସ୍ପେଶାଲ ଡ୍ରାଇଭରେ ପ୍ରାୟ 50ରୁ ଊର୍ଦ୍ଧ୍ବ ନିଶା ବେପାରୀ ଗିରଫ ହେଲେଣି। ଏହି କ୍ରମରେ ସୋମବାର ପୁଣି ଥରେ କମିଶନରେଟ ହାତରେ ଧରାପଡ଼ିଛନ୍ତି 3 ନିଶା ବେପାରୀ । ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆ ସାହି ବସ୍ତିର ଦିଲ୍ଲୀପ କୁମାର ବରାଳ ଓ ସୁଶାନ୍ତ ସୁନ୍ଦରାୟ ଓ ଶୁଭକାନ୍ତ ଭୂୟାଁକୁ ଗିରଫ କରିଛି ପୋଲିସ ।

ସେମାନଙ୍କ ଠାରୁ 12 କେଜି ଗଞ୍ଜେଇ , 13 ଗ୍ରାମ ବ୍ରାଉନ ସୁଗାର ଓ 17 ହଜାର ଟଙ୍କା ସହ ଏକ ବାଇକକୁ ଜବତ କରିଛି କମିଶନରେଟ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ନୟାପଲ୍ଲୀ ପୋଲିସ ସାଲିଆ ସାହିରେ ଦୋକାନ କରିଥିବା ଦିଲ୍ଲୀପ ନିଜ ଦୋକାନରେ ଗଞ୍ଜେଇ ଓ ବ୍ରାଉନ ସୁଗାର ରଖି ବିକ୍ରି କରୁଥିବା ପୋଲିସ ଖବର ପାଇଥିଲା । ଏହାପରେ ଦିଲ୍ଲୀପର ଦୋକାନ ଉପରେ ଚଢାଉ କରିଥିଲା ପୋଲିସ।
ଦୋକାନରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଜବତ କରିବା ସହ ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ ।

ପୂର୍ବରୁ ମଧ୍ୟ କମିଶନରେଟ ପୋଲିସ 50 ରୁ ଊର୍ଦ୍ଧ୍ବ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ବ୍ୟତୀତ ଯେଉଁ ମାନେ ପ୍ରତ୍ୟେକ ଦିନ ନିଶା ବେପାର କରିଥାନ୍ତି ସେମାନଙ୍କୁ ତଡିପାର ଅଭିଯାନରେ ସାମିଲ କରୁଛି। ଯେପରିକି ସୋମବାର ଲକ୍ଷ୍ମୀ ସାଗର ଥାନା ଅଧୀନରେ ଥିବା ହଳଦୀ ପଡିଆ ବସ୍ତିରେ ରହୁଥିବା 6 ଜଣ ନିଶା ବେପାରୀଙ୍କ ଘର ଭଙ୍ଗା ହେବା ସହ ସେମାନଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 30, 2019, 1:29 AM IST

ABOUT THE AUTHOR

...view details