ଓଡିଶା

odisha

ETV Bharat / city

ରାଜ୍ୟକୁ ଆସିଲା ଆଉ 3 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା - Covishield

ମଙ୍ଗଳବାର ରାଜ୍ୟରେ ଆସି ପହଞ୍ଚିଛି ଆହୁରି 3 ଲକ୍ଷ ରୁ ଉର୍ଦ୍ଧ୍ବ ଡୋଜ କୋଭିସିଲଡ଼ ଟୀକା । ଅଧିକ ପଢନ୍ତୁ..

ରାଜ୍ୟକୁ ଆସିଲା ଆଉ 3 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା
ରାଜ୍ୟକୁ ଆସିଲା ଆଉ 3 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା

By

Published : Mar 23, 2021, 8:50 PM IST



ଭୁବନେଶ୍ବର: ରାଜ୍ୟରେ ଟିକାକରଣକୁ ନେଇ ରାଜ୍ୟ ସରକାର ତତ୍ପର ରହିଛନ୍ତି । ଟିକାକରଣକୁ ଜୋରଦାର କରିବା ସହ ମଙ୍ଗଳବାର ରାଜ୍ୟରେ ଆସି ପହଞ୍ଚିଛି ଆହୁରି 3 ଲକ୍ଷ ରୁ ଉର୍ଦ୍ଧ୍ବ ଡୋଜ କୋଭିସିଲଡ଼ ଟୀକା ।


ଆଜି ରାଜ୍ୟକୁ ଆସିଲା 3 ଲକ୍ଷ 70 ହଜାର 720 ଡୋଜ କୋଭିସିଲଡ଼ ଟୀକା ଆସିଛି । ରାଜ୍ୟରେ କୋଭିସିଲଡ଼ କମ ଥିବା ବେଳେ ରାଜ୍ୟରେ କୋଭାକ୍ସିନ ପ୍ରଚୁର ମାତ୍ରାରେ ଗଚ୍ଛିତ ରହିଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ କୋଭିସିଲଡ଼ ଆସିଛି। ଏବେ ଠାରୁ ପୁଣି ଥରେ କୋଭିଡ ନିୟମ କଡ଼ାକଡ଼ି କରିବାକୁ ସରକାରୀ ପକ୍ଷରୁ ନିର୍ଦ୍ଦେଶ ଆସିଛି।

କୋରୋନା ଯୋଦ୍ଧାର ପ୍ରମୁଖ ଯୋଦ୍ଧାଙ୍କୁ ପ୍ରାଥମିକତା କ୍ଷେତ୍ରରେ ଦିଆଯିବାକୁ ଥିବା ଟୀକାକରଣ ପାଇଁ କେନ୍ଦ୍ରକୁ ଚିଠି ଲେଖାହୋଇଛି। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଉତ୍ତର ଆସି ନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ଃ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଶନିବାର ସୁଧା ରାଜ୍ୟରେ 17 ଲକ୍ଷ 84 ହଜାର 839 ଜଣଙ୍କୁ ଟିକା ଦିଆଯାଇଛି । ଏଥିମଧ୍ୟରୁ 9 ଲକ୍ଷ 29 ହଜାର 75 ଜଣ ବରିଷ୍ଠ ନାଗରିକ ରହିଛନ୍ତି । ସେଥିରୁ କେବଳ 20 ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ଦିଆଯାଇଛି ଟିକା

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details