ଭୁବନେଶ୍ବର:ରାଜ୍ୟରେ ଗଭୀର ଅବପାତ ଯୋଗୁଁ ବର୍ଷା ଲାଗି ରହିଛି । ରାଜ୍ୟର ସ୍ଥାନେସ୍ଥାନେ ପାଣି ଭର୍ତ୍ତି ହୋଇଛି । ଲୋକଙ୍କ ଘରେ ପାଣି ପଶିଛି । ଗତମାସ ସୁଦ୍ଧା ରାଜ୍ୟରେ ବର୍ଷାର ଦେଖାଦର୍ଶନ ନଥିଲା । ତେବେ ଗତ ଦୁଇଦିନ ମଧ୍ୟରେ ହୋଇଥିବା ବର୍ଷାରେ ଲୋକେ ବେହାଲ ହୋଇଛନ୍ତି । ଏହି ବର୍ଷାରେ ରାଜ୍ୟରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(SRC) ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହି ୧୧ଟି ଜିଲ୍ଲାର ମୋଟ ୫୩ଟି ବ୍ଲକରେ ବର୍ଷା ପ୍ରଭାବ ଅଧିକ ରହିଛି । ଫଳରେ ୫୩ଟି ବ୍ଲକ ୨୭୮୯ ଗାଁରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଏହି ସବୁ ଜିଲ୍ଲାର ୧୪ ପୌରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି ।