ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ 3 କୋରୋନା ସନ୍ଦିଗ୍ଧ ଭର୍ତ୍ତି - କୋରୋନା ସନ୍ଦିଗ୍ଧ

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ 3 ଜଣ କୋରୋନା ସନ୍ଦିଗ୍ଧ । 3 ଜଣ ବ୍ୟକ୍ତି ଭୁବନେଶ୍ବର ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ କୋରୋନା ଟେଷ୍ଟ ପାଇଁ ଆସିଥିଲେ । ଅଧିକ ପଢନ୍ତୁ...

3 Corona suspects at Capital Hospital
କ୍ୟାପିଟାଲ ହସ୍ପିଟାଲରେ 3 କୋରୋନା ସନ୍ଦିଗ୍ଧ

By

Published : Mar 14, 2020, 9:39 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ 3 କୋରୋନା ସନ୍ଦିଗ୍ଧ । 3 ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ଶନିବାର ଅପରାହ୍ନରେ 3 ଜଣ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ରବିବାର ସେମାନଙ୍କର ରକ୍ତ ନମୁନା ଏବଂ ସ୍ବାବ୍‌ ସଂଗ୍ରହ କରାଯାଇ ଆରଏମଆରସିକୁ ଟେଷ୍ଟ ପାଇଁ ପଠାଯିବ । ଏମାନେ ସମସ୍ତେ ଭୁବନେଶ୍ବର ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଟେଷ୍ଟ ପାଇଁ ଆସିଥିଲେ ।

3 ଜଣ ବ୍ୟକ୍ତି କୋରୋନା ପରୀକ୍ଷା ପାଇଁ ଅପରାହ୍ନରେ ଆସିଥିବାରୁ ସେମାନଙ୍କର ସ୍ବାବ ଟେଷ୍ଟ ପାଇଁ ପଠାଯାଇପାରି ନାହିଁ । ତେବେ ଶୁକ୍ରବାର ରାତିରେ ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନରେ ରହିଥିଲେ । ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି କ୍ୟାପିଟାଲ ହସ୍ପିଟାଲରର ନୋଡାଲ ଅଫିସର ସୁଦାମ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details