ଓଡିଶା

odisha

ETV Bharat / city

କୋରୋନା ମୁକାବିଲା, କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ - capital hospital corona review

କ୍ୟାପିଟାଲ ହସପିଟାଲରେ କେନ୍ଦ୍ରୀୟ ଟିମ । କୋରୋନା ଭାଇରସ ମୁକାବିଲା ନେଇ ହସ୍ପିଟାଲର କୋରୋନା ୱାର୍ଡ ବୁଲି ଦେଖିଲେ ଦିଲ୍ଲୀରୁ ଆସିଥିବା 3 ଜଣିଆ ପ୍ରିତିନିଧି ଦଳ । ଅଧିକ ପଢନ୍ତୁ...

capital hospital corona review
କୋରୋନା ମୁକାବିକା, କ୍ୟାପିଟାଲ ହସ୍ପିଟାଲରେ ସମୀକ୍ଷା କଲେ 3 ଜଣିଆ କେନ୍ଦ୍ରୀୟ ଟିମ୍

By

Published : Feb 6, 2020, 10:35 PM IST

ଭୁବନେଶ୍ବର: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ କିପରି ରହିଛି ଏହାର ସ୍ଥିତି ସେନେଇ ସମୀକ୍ଷା କରିବାକୁ ଗୁରୁବାର 3 ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲର ପରିଦର୍ଶନରେ ଆସିଥିଲେ । ଏହି ଟିମ୍ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡ ଓ ଆଇସିୟୁ ବୁଲି ଦେଖିଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ଭାଇରସକୁ ନେଇ ବ୍ୟବସ୍ଥା କରାଯାଇଥିବାରୁ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାଛଡା ଏହି ଟିମ୍‌ ଏୟାରପୋର୍ଟରେ ମଧ୍ୟ ସମୀକ୍ଷା କରିଛନ୍ତି । ତେବେ କୋରୋନା ଭାଇରସର ମୁକାବିଲା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ 5ଟି ବେଡ ରହିଛି । ବେଡ ଗୁଡିକ ଅଲଗା ଅଲଗା ରଖାଯାଇଛି । ସେହିପରି ଆଇସିୟୁରେ ଗୋଟିଏ ବେଡ ରଖାଯାଇଛି ।

ଏନେଇ ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କୋରୋନା ଭାଇରସ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ରଖିବା ଲାଗି ୱାର୍ଡ ବୁଲି ଦେଖିଥିଲେ । କିଭଳି ଭଲ ଭାବରେ ଚିକିତ୍ସା କରାଯିବ ସେନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details