ଓଡିଶା

odisha

କୁଇକ ଆକ୍ସନ ଟିମ ହାତରେ 3 ବ୍ରାଉନସୁଗାର ବେପାରୀ

By

Published : Sep 14, 2019, 4:58 AM IST

ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କେନାଲ ରୋଡରେ କାରବାର ବେଳେ ଧରା ପଡିଛନ୍ତି 3 ବ୍ରାଉନସୁଗାର ବେପାରୀ । ଖବର ପାଇ ବେପାରୀମାନଙ୍କୁ କାବୁ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କେନାଲ ରୋଡରେ କାରବାର ବେଳେ ଧରା ପଡିଛନ୍ତି 3 ବ୍ରାଉନସୁଗାର ବେପାରୀ । ଖବର ପାଇ ବେପାରୀମାନଙ୍କୁ କାବୁ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ । ଏଥିସହ ସେମାନଙ୍କଠାରୁ ପ୍ରାୟ 41ଗ୍ରାମ ବ୍ରାଉନସୁଗାର ଓ 37ହଜାର 180ଟଙ୍କା ମଧ୍ୟ ଜବତ କରିଛି ପୋଲିସ।

ଧରା ପଡିଥିବା ବେପାରୀମାନେ ହେଉଛନ୍ତି ଲକ୍ଷ୍ମୀସାଗରର ସଞ୍ଜୟ କୁମାର ଭୋଇ, ମୟୂରଭଞ୍ଜର ଚକ୍ରଧର ବେହେରା ଓ ବାଲେଶ୍ବରର ଏସ.କେ ଇକବାଲ । ଇକବାଲ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଅନ୍ୟମାନଙ୍କୁ ଯୋଗାଉଥିବା ଜଣା ପଡିଛି । ଅନ୍ୟପଟେ ଜବତ ବ୍ରାଉନସୁଗାରର ପରିମାଣ ପ୍ରାୟ 4ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ତେବେ କିଛି ଦିନ ତଳେ ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିଥିଲା ପୋଲିସ । ଯାହାଠାରୁ 30 ଲକ୍ଷ ମୂଲ୍ୟର ପ୍ରାୟ 300 ଗ୍ରାମ୍‌ ବ୍ରାଉନସୁଗାର ସହ ଦୁଇ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details