ଓଡିଶା

odisha

ବିଜେପୁର ପାଇଁ ବିଜେଡ଼ିର ସମନ୍ବୟ କମିଟି ଗଠନ

ବିଜେପୁର ପାଇଁ ଶାସକ ବିଜେଡ଼ିର ପ୍ରସ୍ତୁତି । ଯେକୌଣସି ସମୟରେ ଉପ ନିର୍ବାଚନ ପାଇଁ ପ୍ରକାଶ ପାଇପାରେ ବିଜ୍ଞପ୍ତି । ଯାହାକୁ ଦୃଷ୍ଟିରେ ରଖି ଦଳ ଗଠନ କରିଛି ସମନ୍ବୟ କମିଟି ।

By

Published : Sep 18, 2019, 7:38 PM IST

Published : Sep 18, 2019, 7:38 PM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଯେକୌଣସି ସମୟରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇପାରେ ବିଜ୍ଞପ୍ତି । ଉପନିର୍ବଚନକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛି ଶାସକ ବିଜେଡି । ବିଜେପୁରରେ ବିଜୟ ହାସଲ ପାଇଁ ଦଳ ଗଠନ କରିଛି ଏକ ସମନ୍ୱୟ କମିଟି।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଏହି କମିଟିରେ ରହିଛନ୍ତି ଦଳର ଅନେକ ବରିଷ୍ଠ ନେତା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କଳିକେଶ ସିଂଦେଓ ଏବଂ ସଞ୍ଜୟ ଦାସବର୍ମାଙ୍କ ନାମ କମିଟିରେ ସ୍ଥାନ ପାଇଛି ।
ଏକ ବିଜ୍ଞପ୍ତି ଜରିଆରେ ଦଳ ପ୍ରକାଶ କରିଛି ଏହି ନେତାଙ୍କ ନାମ । ବିଭିନ୍ନ ସ୍ଥାନରେ ନେତାଙ୍କୁ ଦାୟିତ୍ବ ଦେବା ସହିତ ପୂରା ନିର୍ବାଚନରେ ମଙ୍ଗ ଧରିବେ ଏହି ନେତା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details