ଓଡିଶା

odisha

ଗାଡି ଚଳାଇବା ବାହାନା ନେଇ ଚୋରି, ଡ୍ରାଇଭର ସହ ତିନି ଗିରଫ

ଗାଡି ଚଳାଇବା ବାହାନା କରି ଚୋରି । ଖଣ୍ଡଗିରିରୁ ଗାଡି ଚୋରି ହୋଇଥିବା ଗାଡି ଗଞ୍ଜାମରୁ ଜବତ । 3 ଅଭିଯୁକ୍ତକୁ ଧରିଲା ପୋଲିସ ।

By

Published : Jul 27, 2019, 2:34 AM IST

Published : Jul 27, 2019, 2:34 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର : ତିନି ଗାଡି ଚୋରଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ଦୁଇ ଟ୍ରାଭେରା ସହ ଗୋଟିଏ ବାଇକ ଜବତ । ଅଭିନବ ଉପାୟରେ ଚୋରି କରୁଥିଲେ ଏହି 3 ଚୋର । ଡ୍ରାଇଭର ଭାବେ ଗାଡି ମାଲିକ ମନରେ ବିଶ୍ବାସ ଦିଅନ୍ତି । ଆଉ ଗାଡି ଚଳାଇବାର ଅନୁମତି ମିଳିଗଲା ପରେ କୌଶଳକ୍ରମେ କରନ୍ତି ଚୋରି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅଧୀନରେ ଥିବା ବରି ଅଞ୍ଚଳରେ ବ୍ୟବସାୟୀ ଦିନେଶ ମିଶ୍ର ପରିବାର ସହ ରୁହନ୍ତି । ଜୁନ ମାସ ପୂର୍ବରୁ ସାଲିଆ ସାହିରେ ରହୁଥିବା ସନ୍ତୋଷ ସାହୁ ନାମକ ଜଣେ ଯୁବକ ଦିନେଶଙ୍କ ଗାଡି ଚଳାଇବା ଆରମ୍ଭ କରିଥିଲା । ହେଲେ ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସାମିଲ ଥିବାରୁ ମଝିରେ ଦିନେଶଙ୍କ ଗାଡି ଚଳାଇନଥିଲେ ।

ପୁଣି କିଛି ମାସ ପରେ ଦିନେଶଙ୍କୁ ଅନୁରୋଧ କରି ପୁଣିଥରେ ଗାଡି ଚଳାଇଥିଲା ସନ୍ତୋଷ । ହେଲେ 4 ଦିନ କାମ କରିବା ପରେ ଦିନେଶଙ୍କ ଏକ ଖରାପ ହୋଇପଡିଥିବା ଏକ ଟ୍ରାଭେରା ଗାଡିରେ ବ୍ୟାଟେରୀ ଓ ପେଟ୍ରୋଲ ପକାଇ ନେଇ ଯାଇଥିଲା । ଏହି ବିଷୟରେ ଦିନେଶ ଜାଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ଗାଡିଟିକୁ ଗଞ୍ଜାମର ମାଆ ତାରାତାରିଣୀ ମନ୍ଦିର ନିକଟରୁ ଜବତ କରିଥିଲା । ଗାଡିର ନମ୍ବର ବଦଳାଯାଉ ଥିବା ବେଳେ ସେହି ସ୍ଥାନରୁ ସନ୍ତୋଷ ସାହୁ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ଖଣ୍ଡଗିରି ପୋଲିସ। ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details