ଓଡିଶା

odisha

ETV Bharat / city

ଦ୍ଵିତୀୟ ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ, ଭାଗ ନେଇଛନ୍ତି 500 ପୁସ୍ତକ ପ୍ରକାଶକ - 2nd state book fair inaugurated in bhubaneswar

ଦ୍ଵିତୀୟ ରାଜ୍ୟ ପୁସ୍ତକ ମହୋତ୍ସବକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଏହି ଉତ୍ସବ ଲୋକମାନଙ୍କୁ ଜ୍ଞାନର ନୂଆ ନୂଆ ଦିଗନ୍ତ ସହ ପରିଚୟ କରାଇବାରେ ସକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

2nd state book fair
ଦ୍ଵିତୀୟ ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ, ଭାଗନେଇଛନ୍ତି 500 ପୁସ୍ତକ ପ୍ରକାଶକ

By

Published : Dec 6, 2019, 10:01 PM IST

ଭୁବନେଶ୍ବର: ଦ୍ଵିତୀୟ ରାଜ୍ୟ ପୁସ୍ତକ ମହୋତ୍ସବକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ଉତ୍ସବ ଲୋକମାନଙ୍କୁ ଜ୍ଞାନର ନୂଆ ନୂଆ ଦିଗନ୍ତ ସହ ପରିଚୟ କରାଇବାରେ ସକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପୁସ୍ତକ ମେଳା ହେଉଛି ଜ୍ଞାନର ମେଳା, ଏହା ଯୁବପିଢିଙ୍କୁ ଜ୍ଞାନ ଆହରଣରେ ଅନେକ ପରିମାଣରେ ସହାୟକ ହେବ ବୋଲି ସେ କହିଛନ୍ତି।

ଦ୍ଵିତୀୟ ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ, ଭାଗନେଇଛନ୍ତି 500 ପୁସ୍ତକ ପ୍ରକାଶକ

ମେଳା ପରିସରରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଗାନ୍ଧୀ ସ୍ବତନ୍ତ୍ର ମଣ୍ଡପକୁ ଉଦ୍ଘାଟନ କରିବା ସହିତ ଏହି ପୁସ୍ତକ ମେଳା ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉତ୍ସବରେ ଯୋଗଦେଇ ଏହି ମେଳାକୁ ଆଗାମୀ ଦିନରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଗାନ୍ଧିବାଦୀ କୃଷ୍ଣା ମହାନ୍ତି ଯୋଗଦେବା ସହ ପୁସ୍ତକ ସର୍ବଦା ମଣିଷକୁ ଦିଗଦର୍ଶନ ଦେଇଥାଏ। ଯେପରି ଗୋଟିଏ ଚଟି ବହି ଗାନ୍ଧିଜୀଙ୍କୁ ସତ୍ୟ ଓ ଅହିଂସା ବାଟରେ ଚାଲିବାକୁ ଦେଇଥିଲା ସେହିପରି କେତେବେଳେ କେଉଁ ବହି ମଣିଷ ଜୀବନରେ ପରିବର୍ତ୍ତନ ଆଣିପାରେ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଏହି ମେଳା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଦେଶର ବିଭିନ୍ନ ସ୍ଥାନରୁ 500 ପୁସ୍ତକ ପ୍ରକାଶକ ଭାଗ ନେଇଥିବା ଜଣାପଡିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details