ଓଡିଶା

odisha

By

Published : Sep 7, 2022, 9:06 PM IST

ETV Bharat / city

ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ ଅଫ ମାର୍କ

ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶିତ । ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ 67 ହାଜର 919 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଅଧିକ ପଢନ୍ତୁ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ ଅଫ ମାର୍କ
ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ ଅଫ ମାର୍କ

ଭୁବନେଶ୍ବର:ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ୨୦୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ମୋଟ 67 ହାଜର 919 ଜଣ ଛାତ୍ର ଛାତ୍ରୀଙ୍କୁ ଚୟନ କରାଯାଇଛି ।

ସୂଚନା ଅନୁଯାୟୀ, କଳା ପାଇଁ 43 ହଜାର 753, ବିଜ୍ଞାନରେ 20 ହଜାର 453, ବାଣିଜ୍ୟରେ 3 ହଜାର 3114, ସଂସ୍କୃତରେ 189 ଓ ଭୋକେଶନାଲରେ 410 ଜଣ ନାମ ଲେଖାଇବା ପାଇଁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି 36 ହଜାର 97 ଛାତ୍ର ଏବଂ 31 ହଜାର 891 ଜଣ ଛାତ୍ରୀ ରହିଛନ୍ତି । ସେହିପରି ତୃତୀୟ ଲିଙ୍ଗୀ ରହିଛନ୍ତି ମାତ୍ର 3 ଜଣ । ତେବେ ଏନେଇ ଟପ 10 କଲେଜ ମଧ୍ୟରେ ଆଗରେ ରହିଛି ରେଭେନ୍ସା କଲେଜ । କଳା ବିଭାଗରେ ରେଭେନସାରେ 82.02 କଟ ଅଫ ମାର୍କ ରହିଥିବା ବେଳେ ବିଜ୍ଞାନ ବିଭାଗରେ ରହିଛି 92.07 ଓ ବାଣିଜ୍ୟରେ ରହିଛି 81.08 କଟ ଅଫ ମାର୍କ ।

ଅନ୍ୟପଟେ କଳା ବିଭାଗରେ ବିଜେବି କଲେଜ 4 ନମ୍ବର ରେ ରହିଥିବା ବେଳେ କଟ ଅଫ ମାର୍କ ରହିଛି 80.3 । ସେହିପରି ବିଜ୍ଞାନରେ 5 ନମ୍ବରରେ ରହିଥିବା ବେଳେ କଟ ଅଫ ରହିଛି 91 ଓ ବାଣିଜ୍ୟରେ ରହିଛି 5 ନମ୍ବରରେ । ଏଥିସହ କଟ ଅଫ ମାର୍କ ରହିଛି ୭୪.୭ । ଅନ୍ୟପଟେ ଭୋକେସନାଲ ବିଭାଗରେ ଆଗରେ ରହିଛି କଳାହାଣ୍ଡିର ଧର୍ମଗଡ ଭୋକେସନାଲ କଲେଜ ଯେଉଁଥିରେ କଟ ଅଫ ମାର୍କ ରହିଛି 79.5 ଓ ସଂସ୍କୃତ ବିଭାଗରେ ବରଗଡର ଲାଲଜି ଗୋପିଲଜି ସଂସ୍କୃତ ମହାବିଦ୍ୟାଳୟରେ 61.3 କଟ ଅଫ ମାର୍କ ରହିଛି ।

ସୂଚନା ଥାଉକି, ଯୁକ୍ତ ୨ ପ୍ରଥମ କଟ୍‌ ଅଫ୍‌ରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଥିଲା । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ୪ ଲକ୍ଷ ୪ ହଜାର ୪୦୦ ଜଣ ଛାତ୍ର ଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ । କଳାରେ ୨,୪୯,୭୧୩ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା ବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ, ବାଣିଜ୍ୟରେ ୨୫,୦୦୫ଜଣ, ସଂସ୍କୃତରେ ୭,୦୦୧ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫,୦୨୮ ଜଣଙ୍କୁ ଚୟନ କରାଯାଇଥିଲା । ତେବେ ଏନେଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ର ନାମଲେଖା ପାଇଁ ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details