ଓଡିଶା

odisha

ETV Bharat / city

ଆକ୍ସନ ମୋଡରେ ସେସୁ, ଦ୍ବିତୀୟ ଦିନରେ କଟିଲା 1,956 ବିଦ୍ୟୁତ ସଂଯୋଗ - power cut by sesu

ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ପ୍ରାୟ 1ହଜାର 956 ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବା ଜଣାପଡିଛି । ବକେୟା ବିଦ୍ୟୁତ ଦେୟ ବାବଦରେ 4କୋଟି 67 ଲକ୍ଷ ସେସୁ ପକ୍ଷରୁ ଆଦାୟ କରାଯାଇଥିବା ଜଣାପଡିଛି ।

power cut
ଆକ୍ସନ ମୋଡରେ ସେସୁ

By

Published : Jan 18, 2020, 5:06 AM IST

ଭୁବନେଶ୍ବର: ଆକ୍ସନ ମୋଡରେ ସେସୁ । ବିଦ୍ୟୁତ ବିଲ ପୈଠ ନେଇ ହୋଇଥିବା ନିର୍ଦ୍ଧାରିତ ସମୟସୀମାର ଅବଧି ସରିବା ପରେ ଖିଲାପି ବିଦ୍ୟୁତ ଉପଭୋକ୍ତାଙ୍କ ସଂଯୋଗ କାଟିଛି ସେସୁ । ବକେୟା ବିଦ୍ୟୁତ ବିଲ ଦେଇ ନଥିବା ଉପଭୋକ୍ତାଙ୍କ ବିଜୁଳି କାଟିଛି ସେସୁ । ଶୁକ୍ରବାର ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ପ୍ରାୟ 1ହଜାର 956 ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟିଥିବା ଜଣାପଡିଛି ।

ଏହାସହ ବକେୟା ବିଦ୍ୟୁତ ଦେୟ ବାବଦରେ 4କୋଟି 67 ଲକ୍ଷ ସେସୁ ପକ୍ଷରୁ ଆଦାୟ କରାଯାଇଥିବା ଜଣାପଡିଛି । ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ଧରପକଡ଼ ଅଭିଯାନର ପ୍ରଥମ ଦିନରେ ସେସୁ 13 ହଜାର 4ଶହ11 ଜଣ ବଣିଜ୍ୟିକ ଗ୍ରାହକଙ୍କ ଉପରେ ଚଢ଼ାଉ କରାଯାଇଛି ।

ଗୁରୁବାର ଠାରୁ ବିଭିନ୍ନ ଜିଲ୍ଳାରେ ସେସୁ ପକ୍ଷରୁ ବିଜୁଳି କାଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ 1545 ବିଦ୍ୟୁତ ସଂଯୋଗ କଟା ଯିବା ସହ ବକେୟା ବିଲ ବାବଦରେ ଆଦାୟ ହୋଇଛି ୫ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details