ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 2995 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଆଜି 30ଟି ଜିଲ୍ଲାରେ 2995 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ, ଗୋଟିଏ ଦିନରେ 2995 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ, ଗୋଟିଏ ଦିନରେ 2995 ଆକ୍ରାନ୍ତ ଚିହ୍ନଟ

By

Published : Oct 7, 2020, 12:21 PM IST

Updated : Oct 7, 2020, 12:43 PM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । ଆଜି ଆଉ 2995ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରେ ଚିହ୍ନଟ ହୋଇଛନ୍ତି। ତେବେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 1737 ଚିହ୍ନଟ ହୋଇଥିବା ବେଳେ, 1258 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ସେହିପରି ମୋଟ ଆକ୍ରାନ୍ତଙ୍କ ଖୋର୍ଦ୍ଧାରେ 586 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 166, ଅନୁଗୋଳ 142, ବାଲେଶ୍ବରରେ 121, ବରଗଡରେ 93, ଭଦ୍ରକରେ 28, ବଲାଙ୍ଗିରରେ 94, ବୌଦ୍ଧରେ 31, ଦେଓଗଡ 20, ଢେଙ୍କାନାଳରେ 68, ଗଜପତିରେ 7, ଗଞ୍ଜାମରେ 47, ଜଗତସିଂହପୁର 62, ଯାଜପୁର 90, କଳାହାଣ୍ଡିରେ 63, କନ୍ଧମାଳରେ 43, କେନ୍ଦ୍ରାପଡାରେ 135, କେନ୍ଦୁଝରରେ 61, କୋରାପୁଟ 43, ମାଲକାନଗିରରେ 82, ମୟୂରଭଞ୍ଜରେ 92, ନବରଙ୍ଗପୁର 67, ନୟାଗଡ 44 , ନୂଆପଡା 74, ପୁରୀ 145, ରାୟଗଡା 17, ସମ୍ବଲପୁର 138, ସୋନପୁରରେ 87, ସୁନ୍ଦରଗଡରେ 101, ଷ୍ଟେଟପୁଲ 202 ରହିଛି।


ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 240998 ରହିଥିବାବେଳେ, ଏଥିରେ ସୁସ୍ଥ ହେଇଛନ୍ତି 210217 ଜଣ ଓ ସକ୍ରିୟ ଅଛନ୍ତି 29770 ଜଣ। ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 35,69,600 କୋଭିଡ ଟେଷ୍ଟ ସରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 7, 2020, 12:43 PM IST

ABOUT THE AUTHOR

...view details