ଭୁବନେଶ୍ବର: ଲୋକସେବା ଭବନରେ ସମ୍ମାନିତ ହେଲେ ପୋଲିସ, ଜେଲ ଓ ହୋମଗାର୍ଡର କର୍ମଚାରୀ । ଓଡି଼ଶା ପୋଲିସର ୨୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ (President's Police Medal) ରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଲ ବିଭାଗର ୨ ଜଣ, ଗୃହରକ୍ଷୀ ବିଭାଗର ୩ଜଣ ଓ ସିଭିଲ ଡିଫେନ୍ସରର ୨ ଜଣଙ୍କୁ ମିଳିଛି ପୋଲିସ ପଦକ ।
ବିଶିଷ୍ଟ ସେବା ପାଇଁ ୨ ଓ ସାହସିକତା ପାଇଁ ୯ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ସମ୍ମାନିତ ହୋଇଥିବା ଅଧିକାରୀ ହେଉଛନ୍ତି ମାଲକାନଗିରି OAPFର ସ୍ବର୍ଗତ ଜୟରାମ କବାସୀ, ମୟୂରଭଞ୍ଜ SP ଋଷିକେଶ ଡି ଖଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ବର ଚନ୍ଦକା SOG ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ବକର୍ମା, SOG କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରା । ବିଶିଷ୍ଟ ସେବା ପାଇଁ କମିଶନରେଟ ପୋଲିସର ଅତିରିକ୍ତ DSP ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି ।
୨୯ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପୋଲିସ ପଦକ ପ୍ରଶଂସନୀୟ ଉଲେଖନୀୟ ସେବା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟର IG ସଞ୍ଜୟ କୁମାର କୌଶଳ, ଭଦ୍ରକର DSP କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର DSP ସୁଜାତା ଖଣ୍ଡୁଆଳ, ସ୍ପେଶାଲବ୍ରାଞ୍ଚ DSP ରଘୁନାଥ ପ୍ରସାଦ ନାୟକ, କମିସନରେଟର ACP ଅରୁଣ କୁମାର ସ୍ବାଇଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ASI କୃତିବାସ ପଣ୍ଡା, ସମ୍ବଲପୁର SI ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମର DSP ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି ।
୨୯ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପୋଲିସ ପଦକ ସେହିପରି ଜେଲ ବିଭାଗର ଝାରପଡା ଜେଲ ସୁପରିଟେଣ୍ଡ ସତ୍ୟପ୍ରକାଶ ସ୍ବାଇଁ ଏବଂ ଜେଲର ଆଠମଲ୍ଲିକ ଦିଲ୍ଲୀପ କୁମାର କେରକେଟାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସେହିପରି ଗୃହରକ୍ଷୀ ବିଭାଗର ଜୟନ୍ତ କୁମାର ପଟେଲ, ରବୀନ୍ଦ୍ର କୁମାର ମଲ୍ଲିକ, ମାୟାଧର ସୁତାର ସିଭିଲ ଡିଫେନ୍ସର ବୀର ରାଜକିଶୋର ସ୍ବାଇଁ, ସୁରଜ ହେମ୍ବ୍ରମଙ୍କୁ ମିଳିଛି ରାଷ୍ଟ୍ରପତି ପଦକ ସମ୍ମାନ ।
ଇଟିଭି ଭାରତ, ଭୁବନେଶ୍ବର