ଓଡିଶା

odisha

ETV Bharat / city

ରାଜ୍ୟରେ ଖସୁଛି କୋରୋନା ମିଟର, 24 ଘଣ୍ଟାରେ 2854 ନୂଆ ଆକ୍ରନ୍ତ ଚିହ୍ନଟ - 2854 ନୂଆ ଆକ୍ରନ୍ତ ଚିହ୍ନଟ

24 ଘଣ୍ଟାରେ ରାଜ୍ୟରେ 2854 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । 2854 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1659 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1195 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।

ଗୋଟିଏ ଦିନରେ ରାଜ୍ୟରୁ 2854  ନୂଆ ଆକ୍ରନ୍ତ ଚିହ୍ନଟ
ଗୋଟିଏ ଦିନରେ ରାଜ୍ୟରୁ 2854 ନୂଆ ଆକ୍ରନ୍ତ ଚିହ୍ନଟ

By

Published : Oct 10, 2020, 11:51 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରେ 2854 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । 2854 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1659 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1195 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।

ଶନିବାର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 393 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 244, ଅନୁଗୁଳ 131, ବାଲେଶ୍ୱରରେ 116, ବରଗଡରେ 95, ଭଦ୍ରକରେ 66, ବଲାଙ୍ଗୀରରେ 97, ବୌଦ୍ଧରେ 20, ଦେଓଗଡରେ 16, ଢେଙ୍କାନାଳରେ 43, ଗଜପତିରେ 19, ଗଞ୍ଜାମରେ 39, ଜଗତସିଂହପୁରରେ 68, ଯାଜପୁରରେ 99, ଝାରସୁଗୁଡ଼ାରେ 68, କଳାହାଣ୍ଡିରେ 105, କନ୍ଧମାଳରେ 45, କେନ୍ଦ୍ରାପଡାରେ 91, କେନ୍ଦୁଝରରେ 67, କୋରାପୁଟରେ 46, ମାଲକାନଗିରିରେ 61, ମୟୂରଭଞ୍ଜରେ 127, ନବରଙ୍ଗପୁରରେ 92, ନୟାଗଡରେ 65 , ନୂଆପଡାରେ 83, ପୁରୀରେ 114, ରାୟଗଡାରେ 29, ସମ୍ବଲପୁରରେ 105, ସୋନପୁରରେ 79, ସୁନ୍ଦରଗଡରେ 143, ଏବଂ ଷ୍ଟେଟ ପୋଲରୁ 88 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 49ହଜାର 693ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 20ହଜାର 388 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 28 ହଜାର246 ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ରାଜ୍ୟରେ ଏଯାବତ୍ 37 ଲକ୍ଷ 10 ହଜାର 592 କୋରୋନା ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details