ଭୁବନେଶ୍ବର:ପ୍ରତିଶ୍ରୁତି ଅନୁସାରେ ଅମ୍ଲଜାନ ଅଭାବ ରାଜ୍ୟକୁ ପ୍ରାଣବାୟୁ ଯୋଗାଣ ଜାରି ରଖିଛି ଓଡିଶା । ଗତ 12 ଦିନରେ 281 ଟ୍ୟାଙ୍କରେ ପ୍ରାୟ 125 MT ମେଡିକାଲ ଅକ୍ସିଜେନ 12 ଟି ଅଭାବୀ ରାଜ୍ୟକୁ ପଠାଯାଇଛି । ଓଡିଶା ପୋଲିସ୍ ଏସକର୍ଟରେ ଅମ୍ଲଜାନ ପରିବହନ ସହଜ ଓ ସୁଗମରେ ହେଉଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଓଡିଶା ପୋଲିସ ।
ଅକ୍ସିଜେନ ଅଭାବ ଯୋଗୁଁ କୋଭିଡ-19 ସଂକ୍ରମିତ ରୋଗୀ ପ୍ରାଣ ହରାଉଛନ୍ତି । ଏଥିଯୋଗୁଁ ଓଡିଶା ଅମ୍ଲଜାନ ଅଭାବୀ ରାଜ୍ୟକୁ ଯୋଗାଣ କରୁଛି । ପରିହନକୁ ସରଳ କରିବା ପାଇଁ ରାଜ୍ୟ ପୋଲିସ ଏକ ଡେଡିକେଟେଡ ଗ୍ରୀନ କରିଡର ସ୍ଥାପନ କରିଛି । ଏହା ଅନୁଯାୟୀ ରାଉରକେଲା , ଯାଜପୁର, ଢେଙ୍କାନାଳ, ଅନୁଗୋଳରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ , ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି 10 ଅକ୍ସିଜେନ ଅଭାବ ରାଜ୍ୟକୁ ଯୋଗାଣ କରି ଓଡିଶା ଶତାଧିକ କୋଭିଡ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇପାରୁଛି ।