ଭୁବନେଶ୍ବର: ରାଜ୍ୟରେ ଗୁରୁବାର କୋରୋନାରୁ 2706 ଜଣ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 2706, କଟକରୁ ସର୍ବାଧିକ ସୁସ୍ଥ - କଟକରୁ ସର୍ବାଧିକ ସୁସ୍ଥ
ରାଜ୍ୟରେ ଗୁରୁବାର କୋରୋନାରୁ 2706 ଜଣ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...
ରାଜ୍ୟରେ ସୁସ୍ଥ ସଂଖ୍ୟା ଏବେ ଏକ ଲକ୍ଷ ସୁସ୍ଥ ପାର ହୋଇଥିବାବେଳେ କଟକରୁ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । କଟକରେ ସର୍ବାଧିକ 411 ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରେ 354, ପୁରୀରେ 132, ମୟୂରଭଞ୍ଜରେ 233, ଗଞ୍ଜାମରେ 173, କେନ୍ଦ୍ରାପଡ଼ାରେ 66, ଢେଙ୍କାନାଳରେ 65, ବାଲେଶ୍ୱରରେ 38, ସମ୍ବଲପୁରରେ 81, ଯାଜପୁରରେ 92, ଝାରସୁଗୁଡ଼ାରେ 93, କୋରାପୁଟରେ 65, ବରଗଡ଼ରେ 139, କଳାହାଣ୍ଡିରେ 33, କନ୍ଧମାଳରେ 20, କେନ୍ଦୁଝରରେ 82, ସୁନ୍ଦରଗଡରେ 34, ରାୟଗଡାରେ 101, ଭଦ୍ରକର 53, ଜଗତସିଂହପୁରରେ 75, ବଲାଙ୍ଗୀରରେ 25, ନବରଙ୍ଗପୁରରେ 52, ମାଲକାନଗିରିରେ 27, ନୟାଗଡର 152, ଗଜପତିରେ 18, ସୋନପୁରରେ 24, ନୂଆପଡାରେ 23, ବୌଦ୍ଧରେ 23, ଅନୁଗୁଳ 17 ଓ ଦେଓଗଡରେ 25 ଜଣ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 108001 ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ