ଭୁବନେଶ୍ବର: କୋଭିଡ ଆଳରେ ଠକେଇ। କୋଭିଡ ରୋଗୀକୁ ବେଡ ଦେବା ବାହାନାରେ ନେଇଗଲେ ୨୬ ହଜାର । ଏଭଳି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି ଭୁବନେଶ୍ବରରେ । ଲକ୍ଷ୍ମୀସାଗର ଝାରପଡା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ସେ ନିଜ ପରିବାରର ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ଅନଲାଇନରେ ବେଡ ଖୋଜିଥିଲେ।
ପରେ ଏକ ନମ୍ବର ପାଇଥିଲେ ଯେକି ନିଜକୁ ଶ୍ରୀ ହସ୍ପିଟାଲରୁ କହୁଛି କହି ରୋଗୀପାଇଁ ବେଡ ବ୍ଯବସ୍ଥା କରିବାକୁ ପ୍ରତିଶୃତି ଦେଲେ ।ଏଥିପାଇଁ ଅଗ୍ରୀମ ୨୬ ହଜାର ଟଙ୍କା ଶ୍ରି ହସ୍ପିଟାଲ ନାଁ ଥିବା ଆକାଉଣ୍ଟରେ ଜମା କରିଥିଲେ । ହେଲେ କିଛି ସମୟ ପରେ ତାଙ୍କୁ ସେହି ଟଙ୍କା ରିଟର୍ଣ୍ଣ କରି ଆଉ ଥରେ ପଠାଇବାକୁ କହିଲେ । ପରେ ବ୍ୟକ୍ତିଙ୍କ ସନ୍ଦେହ ହେବାରୁ ସେ ନିଜେ ଯାଇ ହସ୍ପିଟାଲରେ ଚେକ କଲେ । ହେଲେ ସେଠାରେ ଥିବା କର୍ମଚାରୀ ଏହା ତାଙ୍କ ହସପିଟାଲର ନୁହେଂ ବର ଆଉ କାହା ସହ କଥା ହୋଇଥିବା କଥା କହିଥିଲେ।