ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଟୀକାକରଣ ଲାଗି ପଦକ୍ଷେପ ନେଉଛନ୍ତି ସରକାର । ଏଯାବତ୍ ରାଜ୍ୟରେ ପ୍ରାୟ ୨୭ ଲକ୍ଷ ଲୋକେ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ସେହିପରି ୨୬ ଲକ୍ଷ ଲୋକେ ଦ୍ବିତୀୟ ଡ଼ୋଜ ଟିକା ନେଇନାହାନ୍ତି । ସେମାନଙ୍କୁ ତୁରନ୍ତ ଉଭୟ ଡୋଜ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଏହା ବି ପଢନ୍ତୁ: First Omicron Death: ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ
ବୁଧବାର 1 ହଜାର 125ଟି ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ 15ରୁ 18 ବର୍ଷ ବୟସ ବର୍ଗଙ୍କୁ ଟୀକାକରଣ କରାଯାଇଥିଲା । ଗୋଟିଏ ଦିନରେ 80 ହଜାରରୁ ଊର୍ଦ୍ଧ୍ବ କିଶୋର ଟିକା ନେଇଥିଲେ । ଏହାକୁ ମିଶାଇ ମୋଟ 2 ଲକ୍ଷ 64 ହଜାର କିଶୋରଙ୍କ ଟୀକାକରଣ କରାଯାଇଛି। ଏଯାଏଁ ରାଜ୍ୟରେ 27 ଲକ୍ଷ ଲୋକ ପ୍ରଥମ ଡୋଜ ନେଇନାହାନ୍ତି । ସେହିଭଳି 26 ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପରେ ଦ୍ବିତୀୟ ଡୋଜ ନେଇନାହାନ୍ତି ।