ଓଡିଶା

odisha

By

Published : Dec 29, 2020, 3:09 PM IST

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 263 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ 263ଟି ନୂଆ କୋରୋନା ପଜିଟିଭ ରିପୋର୍ଟ । ମୋଟ ପଜିଟିଭ ସଂଖ୍ୟା 3 ଲକ୍ଷ 29 ହଜାର 001କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ 263 ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗୋଟିଏ ଦିନରେ 263 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ମଙ୍ଗଳବାର 263ଟି ନୂଆ ପଜିଟିଭ ରିପୋର୍ଟ ହୋଇଛି। ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 151 ଜଣ ଥିବାବେଳେ, ସ୍ଥାନୀୟ ସଂକ୍ରମଣ 112 ରହିଛି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 3 ଲକ୍ଷ 29 ହଜାର 001କୁ ବୃଦ୍ଧି ଘଟିଛି। ତେବେ ଗୋଟିଏ ଦିନରେ 324 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଯାହା ବୃଦ୍ଧି ପାଇ 3 ଲକ୍ଷ 24 ହଜାର 392ରେ ପହଞ୍ଚିଛି।

ତେବେ ନୂଆ ରିପୋର୍ଟ ଅନୁସାରେ ଗୋଟିଏ ଦିନରେ, ଅନୁଗୋଳରେ 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ବାଲେଶ୍ବରରେ 19, ବରଗଡ 23, ଭଦ୍ରକରେ 2, ବଲାଙ୍ଗୀରରେ 22, ବୌଦ୍ଧ 5, କଟକ 7, ଦେବଗଡ 1, ଗଞ୍ଜାମ 4, ଜଗତସିଂହପୁର 2, ଯାଜପୁର 8, ଝାରସୁଗୁଡା 15, କଳାହାଣ୍ଡି 11, କେନ୍ଦ୍ରାପଡା 10, କେନ୍ଦୁଝର 7, ଖୋର୍ଦ୍ଧା 19, ମାଲକାନଗିରି 1, ମୟୂରଭଞ୍ଜ 10, ନବରଙ୍ଗପୁର 2, ନୟାଗଡ 5, ନୂଆପଡା 5 ଓ ପୁରୀରୁ 2 ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାୟଗଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ 20, ସୋନପୁରରୁ 5, ସୁନ୍ଦରଗଡ 32 ଓ ଷ୍ଟେଟ ପୁଲ 5 ରହିଛି। ତେବେ ମୋଟ ପଜିଟିଭ ସଂଖ୍ୟାରୁ ବର୍ତ୍ତମାନ 2 ହଜାର 688 ଜଣ ଚିକିତ୍ସାଧୀନ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details