ଓଡିଶା

odisha

By

Published : Dec 24, 2020, 1:06 PM IST

ETV Bharat / city

ରାଜ୍ୟରେ ଖସିଲା ଆକ୍ରାନ୍ତ ସଂଖ୍ୟା: 24 ଘଣ୍ଟାରେ 263 ପଜିଟିଭ

ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଗୋଟିଏ ଦିନରେ 263 ଆକ୍ରାନ୍ତ ଚିହ୍ନଟ । ମୋଟ ସଂଖ୍ୟା 3 ଲକ୍ଷ 27 ହଜାର 542କୁ ବୃଦ୍ଧି। ଅଧିକ ପଢନ୍ତୁ...

ରାଜ୍ୟରେ 24 ଘଣ୍ଟାରେ ସବୁଠୁ କମ 263 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ 24 ଘଣ୍ଟାରେ ସବୁଠୁ କମ 263 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବହୁ ସମୟର ବ୍ୟବଧାନ ପରେ ଆଜି (ଗୁରୁବାର) ଆସିଛି 263 ପଜିଟିଭ ରିପୋର୍ଟ । 22ଟି ଜିଲ୍ଲାରେ 263 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ 3 ଲକ୍ଷ 27 ହଜାର 542 ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 151 ଚିହ୍ନଟ ହୋଇଥିବା ବେଳେ, 112 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି ଅନୁଗୁଳରୁ 45, ବାଲେଶ୍ବରରେ 14, ବରଗଡରେ 3, ଭଦ୍ରକରେ 7, ବଲାଙ୍ଗୀରରେ 4, କଟକରେ 29, ଗଞ୍ଜାମରେ 2, ଜଗତସିଂହପୁର ରେ 1, ଯାଜପୁର 13, ଝାରସୁଗୁଡ଼ାରେ 2, କଳାହାଣ୍ଡି 5, କେନ୍ଦ୍ରାପଡା ରେ 14, କେନ୍ଦୁଝରରେ 8, ଖୋର୍ଦ୍ଧାରେ 15, ମୟୂରଭଞ୍ଜରେ 19, ନବରଙ୍ଗପୁରରେ 1, ନୂଆପଡାରେ 11, ପୁରୀରେ 6, ରାୟଗଡାରେ 2, ସମ୍ବଲପୁରରେ 4, ସୁନ୍ଦରଗଡରେ 41 ଓ ଷ୍ଟେଟ ପୋଲରେ 3 ଜଣ ଚିହ୍ନଟ ହୋଇଛନ୍ତି ।

ଯାହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 27 ହାଜର 542 ପାର ହୋଇଛି। ସୁସ୍ଥ ହୋଇଛନ୍ତି 3 ଲକ୍ଷ 22 ହଜାର 648 ଜଣ । ବର୍ତ୍ତମାନ 2 ହଜାର 991 ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ରାଜ୍ୟରେ ମୋଟ 67 ଲକ୍ଷ 37 ହଜାର 322ଟି କୋରୋନା ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details