ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା 24ଟି ଟ୍ରେନ୍କୁ ବାତିଲ୍ କରାଯାଇଛି । ଆଜି (26) ତାରିଖରେ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ୍(୦୮୪୬୩), ଭୁବନେଶ୍ବର-ଯଶବନ୍ତପୁର ଟ୍ରେନ୍(୦୨୮୪୫) , ଭୁବନେଶ୍ୱର-ବିଶାଖାପାଟଣା (୦୮୯୬୯) ବିଶାଖାପାଟଣା-ଭୁବନେଶ୍ୱର(୦୮୫୭୦) , ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଟ୍ରେନ୍(୦୭୦୧୫) ଓ ଭୁବନେଶ୍ବର ତିରୁପତି(୦୨୦୭୧)କୁ ବାତିଲ କରାଯାଇଛି ।
ସେହିପରି ପୁରୀ-ଗୁଣୁପୁର (୦୮୪୧୭), ପୁରୀ ଚେନ୍ନାଇ ସେଣ୍ଟ୍ରାଲ(୦୨୮୫୯), ଗୁଣୁପୁର- ବିଶାଖାପାଟଣା(୦୮୫୨୧),ବିଶାଖାପାଟଣା- ଗୁଣୁପୁର(୦୮୫୨୨) ବାତିଲ୍ ହୋଇଛି । ଅନ୍ୟପଟେ, ଭୁବନେଶ୍ବର-ପଲାସା(୦୮୪୩୩),ବିଶାଖାପାଟଣା- ଟାଟା(୦୮୫୭୨) ,ବିଶାଖାପାଟଣା-କୋର୍ବା(୦୮୫୧୮),ଚେନ୍ନାଇ-ପୁରୀ(୦୨୮୬୦),ପଲାସା-ଭୁବନେଶ୍ୱର(୦୮୪୩୪),ରାୟଗଡ଼ା-ବିଶାଖାପାଟଣା (୦୮୫୦୭) ଓ ଅନ୍ୟ ସବୁ ଟ୍ରେନ ବାତିଲ୍ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।