ଓଡିଶା

odisha

ETV Bharat / city

ଦିଲ୍ଲୀ ଚାଲାଣ ବେଳେ ଭୁବନେଶ୍ବର ରେଳଷ୍ଟେସନରୁ ଗଞ୍ଜେଇ ଜବତ

ଭୁବନେଶ୍ବର ରେଳଷ୍ଟେସନରୁ ପ୍ରାୟ 26 କେଜି ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ଭୁବନେଶ୍ବରରୁ ଦିଲ୍ଲୀ ଚାଲାଣ ହେଉଥିବା ନେଇ ପୋଲିସ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

By

Published : Nov 9, 2020, 9:08 PM IST

Updated : Nov 9, 2020, 9:21 PM IST

ଭୁବନେଶ୍ବର ରେଳଷ୍ଟେସନରୁ 26 କେଜି ଗଞ୍ଜେଇ ଜବତ, ଦୁଇ ମହିଳା ଗିରଫ
ଭୁବନେଶ୍ବର ରେଳଷ୍ଟେସନରୁ 26 କେଜି ଗଞ୍ଜେଇ ଜବତ, ଦୁଇ ମହିଳା ଗିରଫ

ଭୁବନେଶ୍ବର: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ କରିଛି ପୋଲିସ । ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ରାୟ 26 କେଜି ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇ ଭୁବନେଶ୍ବରରୁ ଦିଲ୍ଲୀ ଚାଲାଣ ହେଉଥିବା ନେଇ ପୋଲିସ ସୂଚନା ଦେଇଛି । ଘଟଣାରେ ସମ୍ପୃକ୍ତ ଦୁଇଜଣ ମହିଳାଙ୍କୁ ଗିରଫ କିଛି ରେଳ ବିଭାଗ ପୋଲିସ।

ଭୁବନେଶ୍ବର ରେଳଷ୍ଟେସନରୁ 26 କେଜି ଗଞ୍ଜେଇ ଜବତ, ଦୁଇ ମହିଳା ଗିରଫ

ଗିରଫ ହୋଇଥିବା ଦୁଇ ମହିଳା 3ଟି ଟ୍ରାଭେଲ ବ୍ୟାଗରେ ଗଞ୍ଜେଇ ନେଇ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିଥିଲେ । 1 ନମ୍ବର ପ୍ଲାଟଫର୍ମରେ ଦୁଇ ମହିଳା ଲଗେଜ ସ୍କାନର ଚେକିଂରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲେ । ଫଳରେ ଉଭୟଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା । ଏହାପରେ 3ଟି ବ୍ୟାଗର ସ୍କାନିଂ କରିଥିଲା ପୋଲିସ। ସ୍କାନ ବେଳେ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ବ୍ୟାଗ ଭିତରୁ ପୋଲିସକୁ 26 କେଜି ଗଞ୍ଜେଇ ମିଳିଥିଲା। ଏହାପରେ ଦୁଇ ମହିଳାଙ୍କୁ ଗିରଫ କରିଛି ରେଳ ବିଭାଗ ପୋଲିସ ।

ଗିରଫ ହୋଇଥିବା ଦୁଇ ମହିଳା ମଧ୍ୟ ପ୍ରଦେଶର ଅନିତା ଦେବୀ ଓ ବିହାରର କମଲା ଦେବୀ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ଯଥାକ୍ରମେ 30 ଓ 43 ବର୍ଷ ବୋଲି ଜଣା ପଡ଼ିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବା ନେଇ ସୂଚନା ମିଳିଛି । ଏହି ଦୁଇ ଜଣ ପୁରୀରୁ ନୂଆଦିଲ୍ଲୀ ଯାଉଥିବା ନୀଳାଚଳ ଏକ୍ସପ୍ରେସର ଏସି ବଗିରେ ଯିବାକୁ ଯୋଜନା ରଖିଥିଲେ । ତେବେ ଏହାପୂର୍ବରୁ ଦୁହେଁ ପୋଲିସ ହାତରେ ଧରା ପଡ଼ିଛନ୍ତି । ଦୁଇ ମହିଳା କେଉଠୁଁ ଗଞ୍ଜେଇ ଆଣିଲେ ଓ ଏମାନଙ୍କ କାହା ସହ ରହିଛି ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଏହାପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ବରୁ ବହୁ ଗଞ୍ଜେଇ ଜବତ ମାମଲା ସାମ୍ନାକୁ ଆସିଛି। ଗତ ନଭେମ୍ବର 4 ତାରିଖରେ ମଧ୍ୟ ଗଞ୍ଜେଇ ଚାଲାଣ ଅଭିଯୋଗରେ 4ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି 4 ଅଭିଯୁକ୍ତ ମଧ୍ୟ ଭୁବନେଶ୍ବରରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିଲେ । ଭୁବନେଶ୍ବର ରେଳ ଷ୍ଟେସନରୁ ବାରମ୍ବାର ଏଭଳି ମାମଲା ସାମ୍ନାକୁ ଆସୁଥିବାରୁ ସଜାଗ ରହିଛି ଆରପିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Nov 9, 2020, 9:21 PM IST

ABOUT THE AUTHOR

...view details