ଓଡିଶା

odisha

ରାଜ୍ୟରେ ପୁଣି 26 ମୁଣ୍ଡ ନେଲା ମହାମାରୀ

By

Published : May 22, 2021, 11:00 AM IST

ଗତ 24 ଘଣ୍ଟାରେ ରାଜ୍ୟରେ 26 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁସଂଖ୍ୟା ସର୍ବାଧିକ । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 26 ମୁଣ୍ଡ ନେଲା ନେଲା ମହାମାରୀ
ରାଜ୍ୟରେ ପୁଣି 26 ମୁଣ୍ଡ ନେଲା ନେଲା ମହାମାରୀ

ଭୁବନେଶ୍ବର: ଆଖି ବୁଜିଲେ ପୁଣି 26 କୋରୋନା ରୋଗୀ । ଗତ 24 ଘଣ୍ଟାରେ ରାଜ୍ୟରେ 26 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଯଦ୍ବାରା କୋରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା 2 ହଜାର 456କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ 6 କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡିରୁ 4, ଗଞ୍ଜାମରୁ 3, ପୁରୀରୁ 3, ଅନୁଗୋଳରୁ 2, ବାଲେଶ୍ବରରୁ 2, ସୁନ୍ଦରଗଡରୁ 2 ଏବଂ ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ରାଜ୍ୟରେ ଗତ 24 ଘଣ୍ଟାରେ 11 ହଜାର 108 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details