ଓଡିଶା

odisha

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 2590

By

Published : Sep 6, 2020, 9:48 PM IST

ରାଜ୍ୟରେ ସୁସ୍ଥ ସଂଖ୍ୟା 90 ହଜାର ପାର ହୋଇଛି । ଯାହା ରାଜ୍ୟ ପାଇଁ ଭଲ ଖବର । 30ଟି ଜିଲ୍ଲା ମଧ୍ୟରୁ କଟକରୁ ସର୍ବାଧିକ ସୁସ୍ଥ 431 ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 2590
ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 2590

ଭୁବନେଶ୍ବର: ରବିବାର ରାଜ୍ୟରେ ସୁସ୍ଥ ହେଲେ 2590 ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 96364 ରେ ପହଞ୍ଚିଛି । ଯାହା ରାଜ୍ୟ ପାଇଁ ଭଲ ଖବର ।

ରାଜ୍ୟର 30 ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ କଟକରୁ ସର୍ବାଧିକ ସୁସ୍ଥ 431 ହୋଇଥିବା ବେଳେ ଖୋର୍ଦ୍ଧାରୁ 386, ମୟୂରଭଞ୍ଜରୁ 202, ଗଞ୍ଜାମରୁ 142, ରାୟଗଡାରୁ 120, କୋରାପୁଟରୁ 108, ପୁରୀରୁ 105, ଜଗତସିଂହପୁରରୁ 78, ଭଦ୍ରକରୁ 77, ଯାଜପୁରରୁ 77, କେନ୍ଦ୍ରାପଡାରୁ 75 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡରୁ 72, ବାଲେଶ୍ୱରରୁ ଓ ସମ୍ବଲପୁରରୁ 71, କେନ୍ଦୁଝରରୁ 68, ନୟାଗଡରୁ 67, ମାଲକାନଗିରିରୁ 61, ଢେଙ୍କାନାଳରୁ 59, ନବରଙ୍ଗପୁରରୁ 57, ବଲାଙ୍ଗିରରୁ 54, ଝରସୁଗୁଡ଼ାରୁ 44, ବୌଦ୍ଧରୁ 34, ସୁବର୍ଣ୍ଣପୁରରେ 30, ସୁନ୍ଦରଗଡରୁ 30, କଳାହାଣ୍ଡିରୁ 24, ଗଜପତିରୁ 20, କନ୍ଧମାଳରୁ 10, ନୂଆପଡାରୁ 7, ଅନୁଗୋଳରୁ 6, ଦେବଗଡରୁ 4 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି 96364 ଜଣ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details