ଓଡିଶା

odisha

ETV Bharat / city

Odisha Covid Recovery Report: ସୁସ୍ଥ ହେଲେ ଆଉ ୨୫୫

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୫ କୋଭିଡ ସଂକ୍ରମିତ । ଅଧିକ ପଢନ୍ତୁ

Odisha Covid Recovery Report :ସୁସ୍ଥ ହେଲେ ଆଉ ୨୫୫
Odisha Covid Recovery Report :ସୁସ୍ଥ ହେଲେ ଆଉ ୨୫୫

By

Published : Nov 27, 2021, 8:53 PM IST

ଭୁବନେଶ୍ବର:ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୮୬୪କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୮ ଆକ୍ରାନ୍ତ । ଖୋର୍ଦ୍ଧା ପରେ ମୟୂରଭଞ୍ଜରୁ ୨୪ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

କଟକରୁ ୨୦, ବାଲେଶ୍ବରରୁ ୧୦, ସୁନ୍ଦରଗଡରୁ ୮, ଜଗତସିଂହପୁରରୁ ୭, ପୁରୀରୁ ୭, ଯାଜପୁରରୁ ୬, ସମ୍ବଲପୁରରୁ ୬, କେନ୍ଦ୍ରାପଡାରୁ ୪ ଓ ଭଦ୍ରକରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ନୟାଗଡରୁ ୩, ଅନୁଗୋଳରୁ ୨, ଗଞ୍ଜାମରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ରାୟଗଡାରୁ ୨ ଓ ଦେଓଗଡରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୮ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details