ଭୁବନେଶ୍ବର:ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୪ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୭୫୯ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୯୬ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୨୭ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।
Covid Recovery Report: ସୁସ୍ଥ ହେଲେ ୨୫୪ କୋଭିଡ ସଂକ୍ରମିତ - କୋରୋନା ଆରୋଗ୍ୟ
ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୪ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୭୫୯ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ
Covid Recovery Report: ସୁସ୍ଥ ହେଲେ ୨୫୪ କୋଭିଡ ସଂକ୍ରମିତ
ସେହିପରି ଯାଜପୁରରୁ ୧୨, ସମ୍ବଲପୁରରୁ୧୨, ବାଲେଶ୍ବରରୁ ୧୧, ସୁନ୍ଦରଗଡରୁ ୧୧, ଗଜପତିରୁ ୧୦, ଓ ପୁରୀରୁ ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କେନ୍ଦ୍ରାପଡାରୁ ୬, ଢେଙ୍କାନାଳରୁ ୪,ଜଗତସିଂହପୁରରୁ ୪ ଓ ମୟୂରଭଞ୍ଜରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ନୂଆପଡାରୁ ୪, ବଲାଙ୍ଗୀରୁ ୩,ବୌଦ୍ଧରୁ ୨ ,ଗଞ୍ଜାମରୁ ୩, କଳାହାଣ୍ତିରୁ ୩,ନୟାଗଡରୁ୩, କୋରାପୁଟରୁ ୨,ବରଗଡରୁ ୧, ଭଦ୍ରକରୁ ୧, ଝାରସୁଗୁଡାରୁ ୧ ଓ କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୨୪ ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ