ଓଡିଶା

odisha

By

Published : Jan 21, 2020, 11:01 PM IST

ETV Bharat / city

‘ପ୍ରୟାସ’ର ଭିନ୍ନ ପ୍ରୟାସ, ହାତକୁ ଦି ହାତ ହେବେ 25 ଯୋଡା

ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆସନ୍ତା 2 ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ସାମୁହିକ ବିବାହ । ଏହା ମାଧ୍ୟମରେ 25 ଯୋଡ଼ା ପୁଅ-ଝିଅ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରୟାସ ସାମୁହିକ ବିବାହ ମହୋତ୍ସବ, ହାତକୁ ଦି ହାତ ହେବେ 25 ଯୋଡା
ପ୍ରୟାସ ସାମୁହିକ ବିବାହ ମହୋତ୍ସବ, ହାତକୁ ଦି ହାତ ହେବେ 25 ଯୋଡା

ଭୁବନେଶ୍ବର: ଆସନ୍ତା 2 ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ସାମୁହିକ ବିବାହ। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତବର୍ଷ ଏହା ମାଧ୍ୟମରେ 25 ଯୋଡ଼ା ପୁଅ-ଝିଅଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଯିବାର ସୂଚନା ରହିଛି ।

ପ୍ରୟାସ ସାମୁହିକ ବିବାହ ମହୋତ୍ସବ, ହାତକୁ ଦି ହାତ ହେବେ 25 ଯୋଡା

ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ସମାଜରେ ବିଭିନ୍ନ କାରଣରୁ ବିବାହ କରି ପାରୁନଥିବା ପୁଅ-ଝିଅଙ୍କୁ ମାଗଣାରେ ଏହି ସେବା ପ୍ରଦାନ କରିବା ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ବିଗତ 5 ବର୍ଷ ଭିତରେ 125 ରୁ ଊର୍ଦ୍ଧ୍ବ ପରିବାର ସ୍ଥାପନ କରିବାରେ ଏହା ସଫଳ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏହା ଆୟୋଜନ କରାଯାଉଥିବା ପ୍ରୟାସ ଅନୁଷ୍ଠାନର ଅଧ୍ୟକ୍ଷ ବନ ମହାନ୍ତି ପ୍ରକାଶ କରିଛନ୍ତି । ଆସନ୍ତା 1 ତାରିଖରେ ଚୟନ ହୋଇଥିବା ବର ଓ କନ୍ୟା ଯୋଡ଼ିଙ୍କର ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ 2 ତାରିଖରେ ରାମ ମନ୍ଦିର ପରିସରରେ ବିବାହ ଆୟୋଜନ ହେବ ବୋଲି ସେ କହିଛନ୍ତି ।

ସେଥିପାଇଁ ଅଶୋକ ନଗରରେ ଥିବା ଆର୍ଯ୍ୟ ସଂସ୍କୃତି ମନ୍ଦିର ନିକଟରୁ ବରମାନଙ୍କର ଶୋଭାଯାତ୍ରା ବାହାରି ଏଠାରେ ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଏହାସହ ବିବାହ ପରେ ବର କନ୍ୟାଙ୍କୁ ସେମାନଙ୍କ ଚଳଣି ପାଇଁ ଆବଶ୍ୟକ ସାମଗ୍ରୀ ଅନୁଷ୍ଠାନ ପକ୍ଷରୁ ଉପହାର ସ୍ବରୂପ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସାମାଜିକ ଚଳଣି ଅନୁସାରେ ବିବାହ ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏଥିରୁ ବଞ୍ଚିତ ହେଉଥିବା ଯୁବକ ଓ ଯୁବତୀମାନଙ୍କୁ ସହାୟତା ପ୍ରଦାନ ପାଇଁ ଏପରି ସାମୁହିକ ବିବାହ କାର୍ଯ୍ୟକ୍ରମ ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସୁଥିବା ଏକ ଶୁଭ ଲକ୍ଷଣ ବୋଲି କୁହାଯାଏ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details