ଓଡିଶା

odisha

ETV Bharat / city

ବଙ୍ଗ ଡାକ୍ତର ଆକ୍ରମଣ ଘଟଣା: ଓଡିଶାରେ 24 ଘଣ୍ଟା ପାଇଁ ସ୍ବାସ୍ଥ୍ୟସେବା ବନ୍ଦ - Bhubaneswar

ପଶ୍ଚିମବଙ୍ଗ ଡାକ୍ତର ଆକ୍ରମଣ ଘଟଣାରେ ଓଡିଶାରେ ଘରୋଇ ଓ ସରକାରୀ ଡାକ୍ତରଖାନାରେ 24 ଘଣ୍ଟା ପାଇଁ ଅତି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 17, 2019, 11:02 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ରାଜ୍ୟର ଘରୋଇ ଓ ସରକାରୀ ଡାକ୍ତରଖାନାରେ 24 ଘଣ୍ଟା ପାଇଁ ସ୍ବାସ୍ଥ୍ୟସେବା ବନ୍ଦ ରହିଛି । ଏନେଇ ସ୍ଥାନୀୟ ଆଇଏମଏ ହାଉସ ଠାରେ ରାଜ୍ୟ ଶାଖା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡାକ୍ତରସଙ୍ଘ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବିଭିନ୍ନ ସମୟରେ ଡାକ୍ତରମାନେ ନିଃସ୍ବାର୍ଥପର ଭାବେ ସେବା ଦେଉଥିବା ବେଳେ ଅନେକ ସମୟରେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି । ବେଳେବେଳେ ଏହି ଆକ୍ରମଣ ଯୋଗୁଁ ଡାକ୍ତର ପ୍ରାଣ ହରାଉଛନ୍ତି । ଏହି ଅବସରରେ କଲିକତାରେ ଘଟିଥିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ ଡାକ୍ତର ସଂଘ । ସେଠାକର ରାଜ୍ୟସରକାର ଦୋଷୀକୁ କଠୋର ଦଣ୍ଡ ଦେବା ସହ ଡାକ୍ତରଙ୍କ ସୁରକ୍ଷା ନିଶ୍ଚିନ୍ତ କରବାକୁ ସେମାନେ ଦାବି କରିଛନ୍ତି ।

ସେହିପରି କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଇ ଅନେକ ସମୟରେ ଘଟୁଥିବା ଏହିପରି ଘଟଣାକୁ ବନ୍ଦ କରିବା ପାଇଁ ଏକ ଦୃଢ଼ କେନ୍ଦ୍ରୀୟ ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସାରା ଭାରତରେ ଭାରତୀୟ ମେଡିକାଲ ସଂଘର ଡ଼ାକରାରେ ଆଜି ସକାଳ (ସୋମବାର) 6 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ବନ୍ଦ ଥିଲା । କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରଖାଯାଇଥିଲା ।

ଏହାସହ ସମସ୍ତ ଅତି ଅନାବଶ୍ୟକ ସେବା କାର୍ଯ୍ୟକୁ ବନ୍ଦ କରାଯାଇଥିବା କହିଛନ୍ତି ସଂଘର ସଦସ୍ୟ ଡାକ୍ତର ବିଜୟ ମିଶ୍ର । ଯାହାକୁ ବିଭିନ୍ନ ଅନୁଷ୍ଠାନ ଯଥା ଆଇଏମଏସଓ, ଏଏମଟିଏ, ଏଓପିଏମଇଏଫ, ପିଏଚଏଓ, ଜେଡିଏ ଓ ଆରଡିଏ ସହଯୋଗ କରିବା ପୂର୍ବକ ସମର୍ଥନ ଜାଣାଇଥିବା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details