ଓଡିଶା

odisha

ETV Bharat / city

ଗୋଟିଏ ଦିନରେ ରାଜ୍ୟରୁ 2470 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଗୁରୁବାର ରାଜ୍ୟରୁ 2470 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 62 ହଜାର 11ରେ ପହଞ୍ଚିଛି ।

ଗୋଟିଏ ଦିନରେ ରାଜ୍ୟରୁ  2470 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ଗୋଟିଏ ଦିନରେ ରାଜ୍ୟରୁ 2470 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Oct 15, 2020, 11:33 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଏହି କ୍ରମରେ ଗୁରୁବାର 2470 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ 1462 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 1008 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 368 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 186, ଅନୁଗୋଳରୁ 170, ବାଲେଶ୍ୱରରେ 106, ବରଗଡରେ 69, ଭଦ୍ରକରେ 67, ବଲାଙ୍ଗୀରରେ 91, ବୌଦ୍ଧରେ 70, ଦେଓଗଡରେ 12, ଢେଙ୍କାନାଳରେ 50, ଗଜପତିରେ 9, ଗଞ୍ଜାମରେ 36, ଜଗତସିଂହପୁରରେ 64, ଯାଜପୁରରେ 72, ଝରସୁଗୁଡ଼ାରେ 54, କଳାହାଣ୍ଡିରେ 55, କନ୍ଧମାଳରେ 42, କେନ୍ଦ୍ରାପଡାରେ 87, କେନ୍ଦୁଝରରେ 42, କୋରାପୁଟରେ 32, ମାଲକାନଗିରିରେ 30, ମୟୂରଭଞ୍ଜରେ 134, ନବରଙ୍ଗପୁରରେ 58, ନୟାଗଡରେ 23, ନୂଆପଡାରେ 85, ପୁରୀରେ 87, ରାୟଗଡାରେ 31, ସମ୍ବଲପୁରରେ 54, ସୋନପୁରରେ 53, ସୁନ୍ଦରଗଡରେ 161 ଏବଂ ଷ୍ଟେଟ ପୋଲ 72 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 62 ହଜାର 11ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 35ହଜାର 763 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 25106 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି। ତେବେ ଏଯାବତ୍ ରାଜ୍ୟରେ ମୋଟ 39 ଲକ୍ଷ 21 ହଜାର 140 କୋରୋନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details