ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଏବେ ରାଜ୍ୟରେ 18 ଟି ଜିଲ୍ଲାରେ 243 ଜଣ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି ।
ଗଜପତିରେ ସୁସ୍ଥ ସଂଖ୍ୟା 59 ରହିଥିବା ବେଳେ ଗଞ୍ଜାମରେ 41, ଖୋର୍ଦ୍ଧାରେ 3, କନ୍ଧମାଳରେ 17, ଝାରସୁଗୁଡାରେ 15, ସୁନ୍ଦରଗଡରେ 10, ଭଦ୍ରକ ଯାଜପୁର ଓ କେନ୍ଦ୍ରାପଡାରେ 8 ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋରାପୁଟରେ 7, ବରଗଡ ଓ ମୟୁରଭଞ୍ଜରେ 6 ଲେଖାଏଁ ସୁସ୍ଥ ହୋଇଛନ୍ତି ।