କୋରୋନା ମୁକାବିଲା ପାଇଁ ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର - PG doctors appointed in the state

20:39 July 30
ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର
ଭୁବନେଶ୍ବର:କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଚିକିତ୍ସାଳୟ ଗୁଡିକରେ ଡାକ୍ତର ନିଯୁକ୍ତି ଦେଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସ୍ପିଟାଲ ଗୁଡିକୁ ଚିଠି ମାଧ୍ୟମରେ ଜଣାଯାଇଛି । କୋଭିଡ-୧୯ ଚିକିତ୍ସା ବ୍ୟବସ୍ଥାର ସୁପରିଚାଳନା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪୧ ପିଜି ଡାକ୍ତରଙ୍କୁ ନିୟୋଜିତ କରାଗଲା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।
ଭୀମସାର, କଟକ ଏସସିବି ମେଡିକାଲ, ବ୍ରହ୍ମପୁର ଏମକେସିଜି ଆଦି ଚିକିତ୍ସାଳୟରେ ପିଜି ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସପିଟାଲ ଗୁଡିକୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ