ଭୁବନେଶ୍ବର: ଆହୁରି 2 ଦିନ ଯାଏଁ ନିର୍ଧୁମ ବର୍ଷିବ । ଲଘୁଚାପ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ରହିଛି । ଏହା ପ୍ରଭାବରେ ରବିବାର ରାତିରୁ ରାଜ୍ୟ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗିରହିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ନିର୍ଧୁମ ବର୍ଷା କରାଇବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 11 ଜିଲ୍ଲାରେ ପ୍ରବଳ ବର୍ଷିବ - ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା
ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ, ଉତ୍ତର ଓ ପଶ୍ଚିମ ଓଡିଶାରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ପୁଣି ଲଘୁଚାପରେ ଭିଜିବ ଓଡିଶା । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ ।
ଫାଇଲ ଫଟୋ
ସେପଟେ ଗଜପତି, ଗଞ୍ଜାମ, ପୁରୀ, କଟକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ମତ୍ସ୍ୟଜୀବୀଙ୍କୁ 2 ଦିନ ସମୁଦ୍ର ଯିବାକୁ ମନା କରାଯାଇଛି । କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ନିର୍ଧୁମ ବର୍ଷିବ । ବର୍ତ୍ତମାନ ସୁଦ୍ଧା କନ୍ଧମାଳର ବାଲିଗୁଡାରେ 320 ମିଲିମିଟର ବର୍ଷା, ବଲାଙ୍ଗୀର ଟାଉନ ଓ ସଇନ୍ତଳାରେ 260 ମିଲିମିଟର ବର୍ଷା, କଳାହାଣ୍ଡିର ମଦନପୁର ରାମପୁରରେ 450 ମିଲିମିଟର, ବୌଦ୍ଧର କଣ୍ଟାମାଳରେ 350 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ