ଭୁବନେଶ୍ବର: ଶୁକ୍ରବାର ଓଡିଶାରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ଫନି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଗୁରୁବାର ମଧ୍ୟରାତ୍ରରୁ ରାଜଧାନୀ ବିମାନ ବନ୍ଦରରୁ ଉଡିବ ନାହିଁ କୌଣସି ବିମାନ । 24 ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଉଡାଣ ରଦ୍ଦ କରାଯାଇଛି । ଭୁବନେଶ୍ବରରୁ ଇଣ୍ଡିଗୋ ଏୟାର ଲାଇନ୍ସ, ଗୋ ଏୟାର ଏୟାର ଲାଇନ୍ସ ଆଦି ବିମାନ ଗୁଡିକର ଉଡାଣ ବାତିଲ ହୋଇଛି ।
ଫନି ପାଇଁ ଭୁବନେଶ୍ବରରୁ ଉଡିବନି ଗୋଟିଏ ବି ବିମାନ - bhubaneswar
ଗୁରୁବାର ମଧ୍ୟ ରାତ୍ରିରୁ ଭୁବନେଶ୍ବର ବିମାନ ବନ୍ଦରରୁ ସମସ୍ତ ବିମାନର ଉଡାଣ ବାତିଲ । ଫନି ପାଇଁ ଭୁବନେଶ୍ବରରୁ ଉଡାଣ ଭରିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସ, ଗୋ ଏୟାର ଏୟାର ଲାଇନ୍ସର ବିମାନ ଗୁଡିକର ଉଡାଣ 24 ଘଣ୍ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @IndiGo6E
ଗୁରୁବାର ଭୁବନେଶ୍ବର ବିମାନ ବନ୍ଦର କତ୍ତୃପକ୍ଷ ବିମାନ ଗୁଡିକର ଉଡାଣ ଓ ଅବତରଣ ବାତିଲ କରାଯିବା ନେଇ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଶୁକ୍ରବାର ସକାଳ 8ଟା ରୁ 10ଟା ମଧ୍ୟରେ ସାମୁଦ୍ରିକ ଝଡ ଫନି ପୁରୀ ଠାରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : May 2, 2019, 6:45 PM IST